Masthead

ବିକାଶ ଠାରୁ ବହୁ ଦୂରରେ କାଦଦୋରା

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ଗ୍ରାମରେ ନାହିଁ କୂଅ କି ନଳକୂଅ । ଗ୍ରାମ ନିକଟସ୍ଥ ନାଳ କୂଳେ ଚୁଆ ଖୋଳି ପାଣି ପିଉଛନ୍ତି ଗ୍ରାମବାସୀ । ଏହା ପୂର୍ଵରୁ ଗ୍ରାମବାସୀ ନାଳର ପାଣି ବ୍ୟବହାର କରୁଥିବାବେଳେ ଗ୍ରୀଷ୍ମ ଋତୁ ଯୋଗୁଁ ନାଳ ଶୁଖି ଯିବା ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ କାଦଦୋରା ଗ୍ରାମର ।

ସୂଚନା ଅନୁସାରେ, ଗ୍ରାମରେ ୨୫ରୁ ଅଧିକ ପରିବାର ରହୁଥିବାବେଳେ ଗାଇଗୋରୁ,ଛେଳିମେଣ୍ଢା ଓ ଚାଷବାସ କରି ପରିବାର ଚଳୁଛନ୍ତି । ପଂଚାୟତ କାର୍ଯ୍ୟାଳୟ ଠାରୁ ୮ କି ମି ଗୁଜମା ପଦର ଜଙ୍ଗଲ ରାସ୍ତା ଦେଇ ଗଲେ ପଡେ କାଦଦୋରା ଗାଁ । ପୂର୍ଵରୁ ଗ୍ରାମକୁ ଯିବା ପାଇଁ ପାଦ ଚଲା ରାସ୍ତା ଥିଲା । ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ପାହାଡ଼ କାଟି ରାସ୍ତା କରାଯାଇଛି । ବହୁତ କଷ୍ଟରେ ବାଇକଟିଏ ଯାଇପାରୁଛି ।

କାଦଦୋରା ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନାହିଁ,ବିଜୁଳିନାହିଁ ,ନଳକୂଅ ନାହିଁ,ନେଟୱର୍କ ନାହିଁ, ଆବାସ ଯୋଜନା ନାହିଁ,ମୋଟା ମୋଟି କହିବାକୁ ଗଲେ ସରକାରୀ ଯୋଜନା ଅପହଞ୍ଚ । ଗ୍ରାମରେ ନଳକୂଅ ପାଇଁ ବହୁତଥର ପଂଚାୟତ, ବ୍ଲକରେ ଲିଖିତ ଅଭିଯୋଗ କରିବା ସହ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ମଧ୍ୟ୍ୟ କହିଥିବା କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ