Masthead

ନାବାଳିକା ନାମରେ ସମନ

ବାଲିପାଟଣା (ବଡ଼ ଖବର ବ୍ୟୁରୋ): ନାବାଳିକା ନାମରେ ସମନ ଜାରି କଲା ପୋଲିସ । ଏଭଳି ଏକ ସାଂଘାତିକ ଅଭିଯାଗ ଆସିଛି ବନମାଳିପୁର ପୋଲିସ ବିରୁଦ୍ଧରେ । ଦେଉଳଧରପୁର ଗ୍ରାମର ଧର୍ମାନନ୍ଦ ଜେନ ଓ ଅକ୍ଷୟ କୁମାର ଜେନାଙ୍କ ପରିବାର ମଧ୍ୟରେ ଗତ ବର୍ଷ ଡିସେମ୍ବର ମାସରେ ଝଗଡା ଲାଗିଥିଲା । ଏନେଇ ବାଲିପାଟଣା ଥାନାରେ ୬୫/୨୦ରେ ଏକ ମାମାଲା ରୁଜୁ କରିଥିଲା ପୋଲିସ । ଥାନା ପକ୍ଷରୁ ସମ୍ପୃକ୍ତ ପରିବାରର ୪ଜଣଙ୍କ ନାମରେ ସମନ ଜାରି କରାଯାଇଥିଲା । ଏମାନଙ୍କ ଭିତରେ ଏକ ଆଠ ବର୍ଷର ନିରିହ ନାବାଳିକା ନାଁରେ ମଧ୍ୟ ୧୦୭ ଦଫାରେ ସମନ ଜାରୀ କରିଥିଲା ବାଲିପଟଣା ପୋଲିସ । ଏନେଇ ନାବାଳିକାଙ୍କ ପରିବାର ମାନସିକ ଚାପରେ ରହିଥିବା ନେଇ ଭୂବନେଶ୍ୱର ଅତିରିକ୍ତ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଘଟଣାକୁ ବିଚାରକୁ ନେଇ ତୁରନ୍ତ ଫାଣ୍ଡି ଅଧୀକାରୀଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଏହା ଲେଖା ସମୟରେ ତ୍ରୁଟି ହୋଇଯାଇଥିବା କହିଛନ୍ତି ବାଲିପଟଣା ଥାନା ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ