Masthead

ବାବୁଲିଙ୍କ ଦୁଃଖ ଶୁଣ ସରକାର

କାକଟପୁର (ବଡ଼ ଖବର ବ୍ୟୁରୋ): କୁହାଯାଏ କି ମଣିଷ ଜୀବନ ଭଗବାନଙ୍କ ହାତରେ । ତେବେ ମଣିଷ ଜୀବନରେ କେତେବେଳେ ଯେ ଦୁଃଖର ପାହାଡ଼ ମାଡ଼ିଆସେ କିଏ ବା କହି ପାରେ । କୁହାଯାଏ ବେଳେବେଳେ ଭଗବାନ ବି ନିଷ୍ଠୁର ପାଲଟି ଯାଆନ୍ତି । ଗରିବଙ୍କ ଜୀବନରେ ଦୁଃଖକଷ୍ଟର କଳା ବାଦଲକୁ ଢ଼ାଙ୍କି ଦିଅନ୍ତି । ସେଇଭଳି ଏକ ଦୁଃଖି ମଣିଷର କାହାଣୀ ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଜଲେଶ୍ୱରପଡ଼ା ପଞ୍ଚାୟତରେ ଦେଖିବାକୁ ମିଳିଛି ।

ଜଣେ ଦୁଃଖି ମଣିଷ, ନାଁ ତାଙ୍କର ବାବୁଲି ମହାନ୍ତି । ବୟସ ୩୨ । ପରିବାର କହିଲେ ବାପା, ମା, ସ୍ତ୍ରୀ ଓ ୫ ବର୍ଷର ପୁଅ । ବାବୁଲି ଏବେ କିଡନୀ ରୋଗରେ ପୀଡ଼ିତ । ଶିକ୍ଷାଗତ ଯୋଗ୍ୟତା ଭଲ ନଥିବାରୁ କିମ୍ବା ଜମିବାଡ଼ି, ଧନ ସମ୍ପତ୍ତି ନଥିବାରୁ ବାବୁଲି ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରି ଆସୁଥିଲେ । ଯାହା ରୋଜଗାର କରୁଥିଲେ ସେଥିରୁ ନିଜର ଚଳିବା ପାଇଁ ରଖି ଘରକୁ ଖର୍ଚ୍ଚ ଓ ପୁଅର ଭବିଷ୍ୟତ ପାଇଁ ପଠାଉଥିଲେ । ଏହି ଭଳି ଭାବେ ହସଖୁସିରେ ଚାଲିଥିଲା ବାବୁଲିଙ୍କ ପରିବାର । ହଠାତ ସେଠାରେ ବାବୁଲିଙ୍କ ଦେହ ଖରାପ ହେବାରୁ ସେ କାମ ଛାଡ଼ି ଘରକୁ ଫେରି ଆସିଥିଲେ । ଘରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କଲେ । ରିପୋର୍ଟ ଅନୁଯାୟୀ ତାଙ୍କର କିଡ଼ନୀ ଓ ଲିଭରରେ ଅସୁବିଧା ଦେଖାଦେଇଥିଲା । ନିଜ ସ୍ୱାସ୍ଥ୍ୟ ଭଲ କରିବା ପାଇଁ ସେ ସଞ୍ଚୟ କରିଥିବା ସମସ୍ତ ରାଶି ଔଷଧ ଖର୍ଚ୍ଚରେ ସାରି ଦେଇଛନ୍ତି । ତା’ ସହିତ ସ୍ତ୍ରୀଙ୍କ ଅଳଙ୍କାର ମଧ୍ୟ ବିକ୍ରି ସରିଛି । କିନ୍ତୁ ସ୍ୱାସ୍ଥ୍ୟବସ୍ତାରେ କୌଣସି ସୁଧାର ଆସି ନାହିଁ । ପରିବାର ଲୋକେ କୁହନ୍ତି ବାବୁଲିର ଜୀବନ ବଞ୍ଚିବା ପାଇଁ ପ୍ରତି ମାସରେ ୫୦ ହଜାର ଟଙ୍କା ଆବଶ୍ୟକ । କିନ୍ତୁ ପରିବାରରେ ସେ ହିଁ ଜଣେ ମାତ୍ର ରୋଜଗାରିଆ । ବାପା ଅସହାୟ,ବୃଦ୍ଧ । ଏବେ ପ୍ରଶ୍ନ ଉଠେ ତାଙ୍କ ପରିବାର ବଞ୍ଚିବେ କେମିତି ? ବାବୁଲିଙ୍କ ଚିକିତ୍ସା ହେବ କେମିତି?

କିଏ ବୁଝିବ ତାଙ୍କ ପରିବାରର କଥା, କିଏ ଦେବ ଏତେ ଟଙ୍କା । ବାବୁଲିଙ୍କ ପରିବାର ଅସହାୟ ହୋଇ ହାତ ଟେକି ବସିଛନ୍ତି । ସେ କେମିତି ଏତେ ବଡ଼ ରୋଗରୁ ମୁକୁଳିବେ । ପରିବାର ପାଖରେ ଖାଇବାକୁ ପଇସାଟିଏ ବି ନାହିଁ । ଗ୍ରାମବାସୀ ବେଳେବେଳେ ଏହି ପରିବାରଙ୍କୁ କିଛି ସାହାଯ୍ୟ କରନ୍ତି । ଏଭଳି ଅସମୟରେ ବାବୁଲିଙ୍କୁ କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କଲେ ତେବେ ତାଙ୍କ ପରିବାରରେ ପୁଣି ହସର ଲହରି ଖେଳନ୍ତା ବୋଲି କୋହଭରା କଣ୍ଠରେ କହିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ