ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆହୁରି ୩ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ଏହାର ଅଧିକ ପ୍ରଭାବ ରହିପାରେ। ଏଥିପାଇଁ ଆଜି ୪ ଜିଲ୍ଲା – ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝରକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ।
ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ପବନ ଓ ବିଜୁଳି ଘଡ଼ଘଡ଼ି ସହ ସହ ବର୍ଷା ଓ କୁଆପଥର ମାଡ଼ ହୋଇପାରେ। ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ବହିପାରେ ପବନ। ଏଥିସହ ୧୭ ଜିଲ୍ଲାକୁ ଦିଆଯାଇଛି ୟେଲୋ ସତର୍କତା। କାଲି ପାଇଁ ୧୭ ଜିଲ୍ଲାକୁ ପାଣିପାଗ ଦେଇଛି ୟେଲୋ ୱାର୍ଣ୍ଣିଂ। ଆସନ୍ତା ୩ ତାରିଖ ଯାଏଁ ରାଜ୍ୟରେ ଏହିଭଳି ଝଡ଼ବର୍ଷା ସମ୍ଭାବନା ରହିଛି।
