Masthead

୨୫ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ଲମତାପୁଟ (ବଡ଼ ଖବର ବ୍ୟୁରୋ): ୨୫ କେଜି ଗଞ୍ଜେଇ ଜବତ । ଦୁଇ ଆନ୍ତଃରାଜ୍ୟ ମାଫିଆ ଗିରଫ । କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ବାରଣାସୀକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଜଲାପୁଟ ଅଭିମୁଖେ ଯାଉଥିବା ବେଳେ ଆଶାକିରଣ ହସ୍ପିଟାଲ ନିକଟରେ ଗଞ୍ଜେଇ ବୋଝେଇ କାରକୁ ଅଟକାଇ ବାକୁ ଚଷ୍ଟା କରିଥିଲା ଲମତାପୁଟ ପୋଲିସ । କିନ୍ତୁ କାରଟି ପଛକୁ ପଛ ଚାଲି ଯାଉଥିବା ଦେଖି ପୋଲିସ କର୍ମଚାରି କାରକୁ ଧରିବା ପାଇଁ ଦୌଡ଼ି ଯାଇ ଡ୍ରାଇଭରକୁ ଓଲ୍ହାଇବା ପାଇଁ ଚେଷ୍ଟା କରୁଥିଲେ । ମାଫିଆ ମାନେ ପୋଲିସର ବୋଲେର ଗାଡିକୁକୁ ଧକା ଦେଇ ଫେରାର ହୋଇଯାଇଥିଲେ । ପୋଲିସ କାର କୁ ପିଛା କରି ଲିମାପୁଟ ଗ୍ରାମ ଛକ ନିକଟରେ କାରକୁ ଅଟକାଇ ଦୁଇ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇ ଥିଲା । କାରକୁ ଯାଞ୍ଚ କରିବାରୁ ୨୫ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ । ଏବଂ ଦୁଇ ଅନ୍ତରାଜ୍ୟ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି ଲମତାପୁଟ ପୋଲିସ । ଗିରଫ ଦୁଇଜଣ ବାରଣାସି ଅଂଚଳର ବୀର ବାହାଦୁର ସିଂ ଏବଂ ସୌଥବ ସିଂ ବୋଲି ଜଣା ପଡିଛି । ଏହି ଗଂଜେଇ ୨ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ