୨୫ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ଲମତାପୁଟ (ବଡ଼ ଖବର ବ୍ୟୁରୋ): ୨୫ କେଜି ଗଞ୍ଜେଇ ଜବତ । ଦୁଇ ଆନ୍ତଃରାଜ୍ୟ ମାଫିଆ ଗିରଫ । କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ବାରଣାସୀକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଜଲାପୁଟ ଅଭିମୁଖେ ଯାଉଥିବା ବେଳେ ଆଶାକିରଣ ହସ୍ପିଟାଲ ନିକଟରେ ଗଞ୍ଜେଇ ବୋଝେଇ କାରକୁ ଅଟକାଇ ବାକୁ ଚଷ୍ଟା କରିଥିଲା ଲମତାପୁଟ ପୋଲିସ । କିନ୍ତୁ କାରଟି ପଛକୁ ପଛ ଚାଲି ଯାଉଥିବା ଦେଖି ପୋଲିସ କର୍ମଚାରି କାରକୁ ଧରିବା ପାଇଁ ଦୌଡ଼ି ଯାଇ ଡ୍ରାଇଭରକୁ ଓଲ୍ହାଇବା ପାଇଁ ଚେଷ୍ଟା କରୁଥିଲେ । ମାଫିଆ ମାନେ ପୋଲିସର ବୋଲେର ଗାଡିକୁକୁ ଧକା ଦେଇ ଫେରାର ହୋଇଯାଇଥିଲେ । ପୋଲିସ କାର କୁ ପିଛା କରି ଲିମାପୁଟ ଗ୍ରାମ ଛକ ନିକଟରେ କାରକୁ ଅଟକାଇ ଦୁଇ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇ ଥିଲା । କାରକୁ ଯାଞ୍ଚ କରିବାରୁ ୨୫ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ । ଏବଂ ଦୁଇ ଅନ୍ତରାଜ୍ୟ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି ଲମତାପୁଟ ପୋଲିସ । ଗିରଫ ଦୁଇଜଣ ବାରଣାସି ଅଂଚଳର ବୀର ବାହାଦୁର ସିଂ ଏବଂ ସୌଥବ ସିଂ ବୋଲି ଜଣା ପଡିଛି । ଏହି ଗଂଜେଇ ୨ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’