Masthead

ରାଜ୍ୟସଭା ଯିବେ କମଲ ହାସନ!

ତାମିଲନାଡୁ(ବଡ଼ ଖବର ବ୍ୟୁରୋ): ତାମିଲନାଡୁର ସରକାରରେ ଥିବା ଡିଏମକେ ପାର୍ଟି ସହ ନିର୍ବାଚନୀ ଚୁକ୍ତିନାମା କରିଛି ମକ୍କଲ ନିଧି ମୟମଙ୍କ ଦଳ ଏମଏନଏମ । ଏମଏନଏମର ମୁଖ୍ୟ ଓ ବରିଷ୍ଠ ଅଭିନେତା କମଲ ହାସନ ରାଜ୍ୟସଭାକୁ ଯିବା ନେଇ ଚର୍ଚ୍ଚା ଆରମ୍ଭ । ଡିଏମକେ ପାର୍ଟି ଏମଏନଏମକୁ ଗୋଟିଏ ଆସନ ଦେବା ପାଇଁ ସହମତି ପ୍ରକାଶ କରିଛି । ଯାହାକୁ ନେଇ ଅଭିନେତାରୁ ରାଜନେତା ବନିଥିବା କମଲ ହାସନ ନିଜେ ରାଜ୍ୟ ସଭାକୁ ଯିବା ପାଇଁ ବାଛିବେ ନା ତାଙ୍କ ଦଳର ଅନ୍ୟ କାହାକୁ ସୁଯୋଗ ଦେବେ । ବୁଧବାର ଦିନ ତାମିଲନାଡୁର ଶାସକ ଦଳ ଡିଏମକେ ଘୋଷଣା କରିଛି ଯେ ଜୁନ୧୯ରେ ଅନୁଷ୍ଠିତ ହବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ରାଜ୍ୟର ଛଅଟି ଆସନ ମଧ୍ୟରୁ ଚରୋଟିରେ ଷ୍ଟାଲିନଙ୍କ ପାର୍ଟିର ନେତା ପ୍ରତିଦ୍ୱନ୍ଦିତା କରିବେ । ପୂର୍ବ ଇଲେକ୍ସନରେ ଡିଏମକେ ୩ଟି ଆସନରେ ପ୍ରାର୍ଥୀ ଦେଇଥିଲା । ସହଯୋଗୀ ଦଳର ନେତା ତଥା ଅଭିନେତାରୁ ରାଜନେତା ବନିଥିବା କମଲ ହାସନଙ୍କ ନେତୃତ୍ୱାଧୀନ ମକ୍କଲ ନିଧ ମୟମଙ୍କୁ ଗୋଟିଏ ଆସନ ଦେଇଥିଲେ ।

ଦ୍ରାବିଡ ଦଳ ସଦନରେ ଏହାର ବର୍ତ୍ତମାନର ସଦସ୍ୟ ବରିଷ୍ଠ ଓକିଲ ପି.ୱିଲସନଙ୍କୁ ପୁନଃ ତାଙ୍କୁ ପଠାଯାଇଥିଲା । ସାଲେମ ନେତା ଏସଆର ସିବଲିଙ୍ଗମଙ୍କୁ ମଧ୍ୟ ଦଳ ପକ୍ଷରୁ ମନୋନୀତ କରାଯାଇଥିଲା । କବି, ଲେଖକ ଏବଂ ଦଳର କାର୍ଯ୍ୟକର୍ତ୍ତା ରୁ କୈୟା ମାଲିକ ତଥା କଭିଗାନର ସଲମାଙ୍କୁ ମଧ୍ୟ ଟିକେଟ୍ ଦିଆଯାଇଥିଲା । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ମକ୍କଲ ନିଧି ମୈୟମ ଆନୁଷ୍ଠାନିକ ଭାବରେ ଡିଏମକେ ନେତୃତ୍ୱାଧିନ ମେଣ୍ଟରେ ଯୋଗଦେଇଥିଲେ । ସେତେବେଳେ କମଲ ହାସନଙ୍କୁ ନିର୍ବାଚନ ସମୟରେ ଲୋକସଭା କିମ୍ବା ରାଜ୍ୟସଭା ଆସନ ଲଢିବା ପାଇଁ ତାଙ୍କ ଆଗରେ ବିକଳ୍ପ ଦଳ ରଖିଥିଲା । କିନ୍ତୁ ସେତେବେଳେ କମଲ ହାସନ ଲୋକସଭା ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ । ।

ତାମିଲନାଡୁର ବିଧାନସଭାରେ ବର୍ତ୍ତମାନର ସିଟ୍ ଗଣିତ ଅନୁସାରେ ଡିଏମକେର ୧୩୪ ବିଧାୟକ ରହିଛନ୍ତି । ଦଳ ଛଅଟି ରାଜ୍ୟସଭା ଆସନରେ ପ୍ରାର୍ଥୀ ଦେଇପାରିବ । ସେଥିମଧ୍ୟରୁ ୪ଟି ପାଇବାର ଆଶା କରାଯାଉଛି । ବାକି ୨ଟି ଆସନ ଏଆଇଏଡିଏମକେକୁ ଯିବାର ସମ୍ଭାବନା ବହୁତ ରହିଛି । ନିକଟରେ ପୁଣି ଥରେ ବିଜେପି ସହିତ ହାତ ମିଳାଇଛି ଏଆଇଏଡିଏମକେ । ପୂର୍ବରୁ ନିର୍ବାଚନ କମିଶନ ଆଠଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ଆସାମରୁ ଦୁଇଜଣ ଏବଂ ତାମିଲନାଡୁର ଛଅ ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଜୁନ୍ ଏବଂ ଜୁଲାଇରେ ଶେଷ ହେବାକୁ ଯାଉଥିବାରୁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ କମିଶନ ସୋମବାର ଦିନ ଇଲେକ୍ସନ ଘୋଷଣା କରିଛନ୍ତି । ଜୁନ୍ ୧୯ରେ ମତଦାନ ହେବାକୁ ଯାଉଛି । ସେହିଦିନ ସନ୍ଧ୍ୟାରେ ହିଁ ଭୋଟ୍ ଗଣତି ହେବ । ଜୁନ୨ରେ ଏନେଇ ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ