Masthead

ଶବଦାହ ପରେ ଝିଅ କହିଲା ବାପା ମୁଁ ବଞ୍ଚିଛି…

ବିହାର (ବଡ଼ ଖବର ବ୍ୟୁରୋ):  ବାପା ମୁଁ ବଞ୍ଚିଛି …ମୋ ଶାଶୁ ଘରେ ଅଛି । ମୁଁ ଭଲରେ ଅଛି । ବାପାଙ୍କୁ ଫୋନ କରି କିଛି ଏମିତି କହିଛନ୍ତି ଜଣେ ଝିଅ । ବାପା ବିନୋଦ ମଣ୍ଡଳ । ଝିଅ ଅଂଶୁ କୁମାରୀ । ବିନୋଦ କୁମାର ଝିଅର ଶବ ଦାହ କରିସାରିବା ପରେ ଆସିଥିଲା ଝିଅର ଭିଡିଓ କଲ । ଯେଉଁଠି ଝିଅ କହୁଛି ବାପା ମୁଁ ବଞ୍ଚିଛି । ଯାହା ଶୁଣି ବାପା ବିନୋଦ ବିସ୍ମିତ ହୋଇଯାଇଥିଲେ । ଏ ଘଟଣା ହେଉଛି ବିହାର ପୁର୍ଣ୍ଣିଆ ଆକବର ଅଂଚଳର । ଘଟଣା ଥିଲା କିଛି ଏମିତି । କିଛି ଦିନ ତଳେ ଝିଅ ଅଂଶୁକୁମାରୀ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁତ ଖୋଖୋଜି କରିବା ପରେ ବି ତାଙ୍କୁ ପାଇନଥିଲେ । ଖୋଜାଖୋଜା କରି ନିରାଶ ହେବା ପରେ ପରିବାର ଲୋକେ ଥାନାରେ ଜଣାଇଥିଲେ । ପୋଲିସ ସ୍ଥାନୀୟ କେନାଲରୁ ଜଣେ ଝିଅର ଶବ ଉଦ୍ଧାର କରିଥିଲା ।

ଶବ ଚିହ୍ନଟ କରିବା ଲାଗି ସେମାନେ ବିନୋଦଙ୍କ ପରିବାରକୁ ଡକାଇଥିଲେ। ଶବର ମୁହଁ ଅତ୍ୟନ୍ତ ଫୁଲି ଯାଇଥିବା ଯୋଗୁଁ ଚିହ୍ନିବା କଷ୍ଟସାଧ୍ୟ ହୋଇଥିଲା । ପୋଷାକପତ୍ରକୁ ଆଧାର କରି ପରିବାର ଲୋକେ ତାହା ଅଂଶୁର ଶବ ବୋଲି ଚିହ୍ନଟ କରିଥିଲେ। ଝିଅ ମରିଥିବା ଜାଣି ବାପା ବିନୋଦ ମ୍ରିୟମାଣ ‌ହୋଇପଡ଼ିଲେ । ତା’ର ଶେଷକୃତ୍ୟ ବି ଠିକ୍‌ ଭାବେ କରିପାରିଲେ ନାହିଁ। ଶେଷର ଝିଅର ଜେଜେ ହିଁ ତା’ର ଅନ୍ତିମ ସଂସ୍କାର କଲେ। ହଠାତ୍‌ ଶନିବାର ଦିନ ଅଂଶୁ ବାପା ବିନୋଦ ମଣ୍ଡଳଙ୍କ ଫୋନ୍‌କୁ ଭିଡିଓ କଲ୍‌ କରିଥିଲା । ସେ ବଞ୍ଚିଚି ବୋଲି ସୂଚନା ଦେଇଥିଲା ।ପରେ ସବୁ କଥା ବାପାଙ୍କୁ ଜଣାଇଥିଲା । ଅସଲ କଥା ହେଲା ଅଂଶୁ ତାଙ୍କ ପ୍ରେମିକା ସହିତ ଫେରାର ହୋଇଥିଲେ । ସେ ବାହା ‌ହୋଇ ପୂର୍ଣ୍ଣିଆ ଜିଲ୍ଲା ଅନ୍ତର୍ଗତ ବନମାଙ୍ଖି ବ୍ଲକ୍‌ର ଜାନକୀ ନଗର ଅଞ୍ଚଳରେ ଥିବା ଶାଶୂଘରେ ରହୁଛନ୍ତି ବୋଲି ସେ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ