Masthead

ପଶ୍ଚିମବଙ୍ଗ ହିଂସା ମାମଲା: ୯ଟି ଏଫଆଇଆର ରୁଜୁ କଲା ସିବିଆଇ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡର ତଦନ୍ତ ଆରମ୍ଭ କରିଛି ସିବିଆଇ । ତଦନ୍ତ ଆରମ୍ଭରୁ ୯ଟି ଏଫଆଇଆର ପଞ୍ଜିକରଣ କରିସାରିଥିବା ଜଣାପଡ଼ିଛି । ଆଜି ପଶ୍ଚିମବଙ୍ଗ ପୋଲିସ ସିବିଆଇକୁ ସବିଶେଷ ବିବରଣୀ ପ୍ରଦାନ କରିବ । ଏହାପରେ ଅଧିକରୁ ଅଧିକ ଏଫଆଇଆର ଫାଇଲ କରିପାରିବ ସିବିଆଇ ।

ତେବେ ୯ଟି ଏଫଆଇଆର ମଧ୍ୟରୁ ଗୋଟିଏ ରହିଛି ଅଭିଜିତ ସର୍କରାଙ୍କ ମୃତ୍ୟୁ ମାମଲା । ତାଙ୍କୁ ହତ୍ୟା କରାଯାଇଥିବା ସିବିଆଇ ନିକଟରେ ଅଭିଯୋଗ ହୋଇଛି । ସେହିପରି ହିଂସାରେ ପ୍ରଭାବିତ ହୋଇଥିବା ପୀଡ଼ିତ ମାନଙ୍କଠାରୁ ବୟାନ ରେକର୍ଡ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଫରେନସିକ ବିଶେଷଜ୍ଞ ମାନଙ୍କ ସହ ଆଜି ଘଟଣାସ୍ଥଳ ପରିଦର୍ଶନ କରିବେ ସିବିଆଇ ଅଧିକାରୀ । ଏଥିପାଇଁ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରିଛି କରାହୋଇଛି ।

ଏହି ଟିମରେ ମୋଟ ୨୫ଜଣ ଅଧିକାରୀଙ୍କୁ ୪ଟି ଦଳରେ ବିଭକ୍ତ କରାଯାଇଛି । ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଘଟିଥିବା ହିଂସାକାଣ୍ଡକୁ ନେଇ ହାଇକୋର୍ଟ ଶୁଣାଣି କରି ସିବିଆଇକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ୬ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ