ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ରୋଲର କୋଷ୍ଟରେ ଫସିଲେ ୩୦ ଯାତ୍ରୀ । ଚେନ୍ନାଇ ଏକ ପାର୍କରେ ଘଟିଲା ବଡ଼ ଦୁର୍ଘଟଣା । ରୋଲର କୋଷ୍ଟରରେ ମନୋରଞ୍ଜନ ବେଳେ ହଠାତ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ୫୦ ଫୁଟ୍ ଉପରେ ଅଟକି ଗଲା । ଫଳରେ ଫସିଗଲେ ୩୦ ଯାତ୍ରୀ । ରୋଲର କୋଷ୍ଟର ଖରାପ ହେବା ପରେ ପ୍ରାୟ ୩ ଘଣ୍ଟା ଧରି ଭୂମିରୁ ପ୍ରାୟ ୫୦ ଫୁଟ ଉଚ୍ଚରେ ଅଟକି ରହିଥିଲା । ଯେଉଁଥିରେ ୮ଜଣ ଶିଶୁ, ୧୦ଜଣ ମହିଳାଙ୍କ ସମେତ ଅତି କମ୍ ରେ ୩୦ଜଣ ଫସି ରହିଥିଲେ । ଘଟଣାସ୍ଥଳରେ ପାର୍କ କର୍ମଚାରୀମାନେ କ୍ରେନ୍ ବ୍ୟବହାର କରି ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ।

କିନ୍ତୁ କ୍ରେନ୍ଟି ରୋଲର କୋଷ୍ଟର ପାଖକୁ ପହଚି ପାରି ନ ଥିଲା । ପରେ ଉଦ୍ଧାରକାରୀ ମାନଙ୍କୁ ଡ଼କାଇ ୧୫୦ ଫୁଟ ପର୍ଯ୍ୟନ୍ତ ଲମ୍ବା ଏକ ସ୍କାଏ-ଲିଫ୍ଟ ଯାନ ମାଧ୍ୟମରେ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ଓ ଉଦ୍ଧାର କର୍ମଚାରୀମାନେ ସମସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହି ଘଟଣାରେ କୋ÷ଣସି ବ୍ୟକ୍ତି ଗୁରୁତର ଆଘାତ ହୋଇ ନଥିବା ସୂଚନା । କିଛି ଯାନ୍ତ୍ରୀଙ୍କ ତ୍ରୁଟି ପାଇଁ ଘଟଣା ଘଟିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ