Masthead

ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ରୋଲର କୋଷ୍ଟରେ ଫସିଲେ ୩୦ ଯାତ୍ରୀ । ଚେନ୍ନାଇ ଏକ ପାର୍କରେ ଘଟିଲା ବଡ଼ ଦୁର୍ଘଟଣା । ରୋଲର କୋଷ୍ଟରରେ ମନୋରଞ୍ଜନ ବେଳେ ହଠାତ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ୫୦ ଫୁଟ୍ ଉପରେ ଅଟକି ଗଲା । ଫଳରେ ଫସିଗଲେ ୩୦ ଯାତ୍ରୀ । ରୋଲର କୋଷ୍ଟର ଖରାପ ହେବା ପରେ ପ୍ରାୟ ୩ ଘଣ୍ଟା ଧରି ଭୂମିରୁ ପ୍ରାୟ ୫୦ ଫୁଟ ଉଚ୍ଚରେ ଅଟକି ରହିଥିଲା । ଯେଉଁଥିରେ ୮ଜଣ ଶିଶୁ, ୧୦ଜଣ ମହିଳାଙ୍କ ସମେତ ଅତି କମ୍ ରେ ୩୦ଜଣ ଫସି ରହିଥିଲେ । ଘଟଣାସ୍ଥଳରେ ପାର୍କ କର୍ମଚାରୀମାନେ କ୍ରେନ୍ ବ୍ୟବହାର କରି ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ।

କିନ୍ତୁ କ୍ରେନ୍ଟି ରୋଲର କୋଷ୍ଟର ପାଖକୁ ପହଚି ପାରି ନ ଥିଲା । ପରେ ଉଦ୍ଧାରକାରୀ ମାନଙ୍କୁ ଡ଼କାଇ ୧୫୦ ଫୁଟ ପର୍ଯ୍ୟନ୍ତ ଲମ୍ବା ଏକ ସ୍କାଏ-ଲିଫ୍ଟ ଯାନ ମାଧ୍ୟମରେ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ଓ ଉଦ୍ଧାର କର୍ମଚାରୀମାନେ ସମସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହି ଘଟଣାରେ କୋ÷ଣସି ବ୍ୟକ୍ତି ଗୁରୁତର ଆଘାତ ହୋଇ ନଥିବା ସୂଚନା । କିଛି ଯାନ୍ତ୍ରୀଙ୍କ ତ୍ରୁଟି ପାଇଁ ଘଟଣା ଘଟିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି