Masthead

‘ମୁକେଶ ହଟାଅ ପାଲଲହଡ଼ା ବଞ୍ଚାଅ’

କଣିହା (ବଡ଼ ଖବର ବ୍ୟୁରୋ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପାଳଲହଡ଼ା ନିର୍ବାଚନମଣ୍ଡଳିରେ ପୁରୁଣା ବିଜେଡି କର୍ମୀଙ୍କ ମୁକେଶ ହଟାଅ ପାଲଲହଡ଼ା ବଞ୍ଚାଅ ନାରାରେ କମ୍ପୁଛି ପାଲଲହଡ଼ା ନିର୍ବାଚନମଣ୍ଡଳି । କର୍ଣ୍ଣପାଳ ପଞ୍ଚାୟତ ସିପୁର ଗ୍ରାମର ହାଟ ପଡିଆଠାରେ ପାଳଲହଡ଼ା ବିଧାୟକ ମୁକେଶ ପାଲଙ୍କୁ ପୁରୁଖା ବିଜେଡି ନେତାମାନେ ବିରୋଧ କରିଛନ୍ତି । ଦିନକୁ ଦିନ ଏହି ବିବାଦ ଉଗ୍ରହେବାରେ ଲାଗିଥିବା ଜଣାପଡିଛି । ୨୦୨୪ ନିର୍ବାଚନ ପାଇଁ ଦଳ ମୁକେଶ ପାଲଙ୍କୁ ବିଜେଡି ଟିକେଟ ଦେଇଛନ୍ତି ।

ଏବେ ତାଙ୍କୁ ଭୋଟ ନଦେବାକୁ ସ୍ଲୋଗାନ ଦେଲେଣି ବିଜେଡି ବିରୋଧୀ ଗୋଷ୍ଠୀ । କିଛି ଆଖିଦେଖାଣିଆ ବିଜେଡି କର୍ମୀଙ୍କୁ ନେଇ ମନମୁଖୀ କାର୍ଯ୍ୟ କରୁଛନ୍ତି ମୁକେଶ ପାଲ । ସେଥିପାଇଁ ପାଲଲହଡ଼ା ନିର୍ବାଚନମଣ୍ଡଳିରେ ଦଳ ଦୁଇ ଫାଳ ହୋଇଛି । ଆଗାମୀ ନିର୍ବାଚନରେ ବିରୋଧୀ ଗୋଷ୍ଠୀ କାହାକୁ ସମର୍ଥନ କରିବେ ସାଧାରଣରେ ଚର୍ଚ୍ଚା ଜୋରଧରିଛି । ଅନ୍ୟପଟେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ମଧ୍ୟ ନୀରବ ଥିବା ବିଜେଡି ଦଳ ପାଇଁ ବୁମେରାଙ୍ଗ ସାଜିଛି। ତେବେ ମୁକେଶ ଏଥର ବହୁ ଭୋଟରେ ପରାଜୟ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ