ବିଗ୍ ବସ୍-୧୫ରେ ନଜର ଆସି ପାରନ୍ତି କରନ୍ କୁନ୍ଦ୍ରା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ବିଗ୍ ସୋ’ ବିଗ୍ ବସକୁ ନେଇ ସବୁବେଳେ ଲାଗି ରହିଥାଏ ଚର୍ଚ୍ଚା । ଏହାର ପ୍ରତିଯୋଗୀ ହୁଅନ୍ତୁ କି ହୋଷ୍ଟ୍ ସମସ୍ତେ ରହିଥାନ୍ତି ଲାଇମଲାଇଟ୍ ରେ । କିଛିଦିନ ତଳେ ଓଟିଟିରେ ଆରମ୍ଭ ହୋଇଛି ଏହାର ନୂଆ ସିଜିନ୍ । ଓଟିଟି ପ୍ଲାଟଫର୍ମରେ ଏହି ସୋ’କୁ ଦର୍ଶକ ପସନ୍ଦ କରିବା ପରେ ବର୍ତ୍ତମାନ ଏହା ପ୍ରିପେୟାର ହେଉଛି ଟିଭିରେ ଟେଲିକାଷ୍ଟ ପାଇଁ । ତେବେ ବିଗ୍ ବସ୍-୧୫ର ପ୍ରତିଯୋଗୀ ମାନଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ବି ଟାଉନରେ । ନିର୍ମାତା ମାନେ ସବୁ ସପ୍ତାହରେ କୌଣସି ଟିଭି କଳାକାରଙ୍କୁ ସୋ’ରେ ଏଣ୍ଟ୍ରି କରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରୁଛନ୍ତି । ଏସବୁ ଭିତରେ ଏବେ ଅଭିନେତା କରନ୍ କୁନ୍ଦ୍ରାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ପପୁଲାର ଆକ୍ଟର କରନ୍ କୁନ୍ଦ୍ରା ସଲମାନ ଖାନଙ୍କ ସୋ’ ବିଗ୍ ବସ୍-୧୫ରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି ।

ନିକଟରେ କରଣ କୁନ୍ଦ୍ରାଙ୍କୁ ଟିଭିର ପପୁଲାର ସିରିୟଲ ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ଦେଖିବାକୁ ମିଳିଥିଲା । ଯେହେତୁ ସେ ନିଜ କ୍ୟାରିୟର ଟିଭି ଇଣ୍ଡଷ୍ଟ୍ରିରୁ ଆରମ୍ଭ କରିଥିଲେ ସେଥିପାଇଁ ଟିଭି ଜଗତରେ ତାଙ୍କର କାଫି ଫ୍ୟାନ୍ ଫଲୋଇଙ୍ଗ ଦେଖିବାକୁ ମିଳେ । ସୂଚନା ଅନୁସାରେ ବିଗ୍ ବସ୍ର ନିର୍ମାତା ମାନେ ନିକଟରେ କରନଙ୍କୁ ନିମନ୍ତ୍ରଣ ପଠାଇଛନ୍ତି । କିନ୍ତୁ କରନ୍ ଏ ନେଇ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ତେବେ ସୋ’କୁ କରଣ କୁନ୍ଦ୍ରାଙ୍କ ଆସିବା ଖବର ଶୁଣି ତାଙ୍କ ଫ୍ୟାନ୍ସ ମାନେ ବି ବେଶ୍ ଉତ୍ସାହିତ ହୋଇ ରହିଛନ୍ତି । ସୋସିଆଲ ମିଡିଆରେ ବି କରଣଙ୍କର ଅଦ୍ଭୁତ ଫ୍ୟାନ୍ ଫଲୋଇଙ୍ଗ ରହିଛନ୍ତି । ତାଙ୍କ ଟିଭି ସୋ’ ଯୋଗୁଁ ସେ ଆଜି ବି ଟାଉନରେ ଜଣେ ପପୁଲାର ଚେହେରା ।

ତେବେ ଯଦି ସେ ବିଗ୍ ବସ୍ ହାଉସରେ ହାଜିର ହୁଅନ୍ତି ତେବେ ତାଙ୍କୁ ପ୍ରତିଦିନ ସୋ’ରେ ଦେଖିବାକୁ ପାଇବେ ଦର୍ଶକ । କରନଙ୍କ ପର୍ଶନାଲ ଲାଇଫ୍ ବିଷୟରେ କହିବାକୁ ଗଲେ ସେ ଦୀର୍ଘ ଦିନ ଧରି ଅଭିନେତ୍ରୀ ଅନୁଷ୍କା ଦାଣ୍ଡେକରଙ୍କ ସହ ରିଲେଶନସିପ୍ରେ ରହିଥିଲେ । କିନ୍ତୁ ଅନୁଷ୍କାଙ୍କ ସହ ତାଙ୍କ ବ୍ରେକ୍ ଅପ୍ ପରେ ଲାଇମଲାଇଟରେ ରହିଥିଲେ କରଣ । ଏମିତିକି ବ୍ରେକଅପ୍ ପରେ ସେ ଅନୁଷ୍କାଙ୍କ ନାଁ ରେ ଅନେକ ଅଭିଯୋଗ ଆଣିଥିଲେ । ତେବେ ବର୍ତ୍ତମାନ ସେ ବିଗ ବସ ହାଉସରେ କେବେ ନଜର ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ