Masthead

କାର୍ତ୍ତିକର ପ୍ରଥମ ଦିନ: ମହାପ୍ରଭୁଙ୍କ ଦର୍ଶନ ମିଳୁନି, ମହାପ୍ରସାଦରେ ମନ ବୁଝାଉଛି ଭକ୍ତ

ପୁରୀ: ଆଜିଠୁ ଆରମ୍ଭ ଧର୍ମ ମାସ କାର୍ତ୍ତିକ । ପୂଣ୍ୟ ସଞ୍ଚୟର ମାସ । ଦେବ ଉପାସନାର ମାସ । ହେଲେ କରୋନା ସବୁ ସାରିଦେଇଛି । ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା । ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା । ଭକ୍ତ-ଭଗବାନ ମଝିରେ ଭୂତାଣୁର ପାଚେରୀ । ଏସବୁ ଭିତରେ ଭକ୍ତର ମନ ବୁଝାଇବାକୁ ଶ୍ରୀମନ୍ଦିର ପ୍ରଶାସନ କରିଛି ୨ ଦ୍ୱାରରେ ଅବଢା ବିକ୍ରିର ବ୍ୟବସ୍ଥା । ଉତ୍ତର ଓ ଦକ୍ଷିଣ ଦ୍ୱାର ନିକଟ ଖାଲି ସ୍ଥାନରେ ଅସ୍ଥାୟୀ ତମ୍ବୁ ବାନ୍ଧି ବିକ୍ରି କରାଯାଉଛି ମହାପ୍ରସାଦ । ଟୋକନ୍ ସଂଗ୍ରହ କରି ଲାଇନରେ ଛିଡ଼ା ହୋଇ ଅବଢା ସଂଗ୍ରହ କରୁଛନ୍ତି ଶ୍ରଦ୍ଧାଳୁ । ଯିଏ ଅବଢା ଟିକେ ପାଇଯାଉଛି, ତାହାର ଆନନ୍ଦ କହିଲେ ନ ସରେ । ମାସ କାର୍ତ୍ତିକ, ହେଲେ ମହାପ୍ରଭୁଙ୍କ ଦର୍ଶନ ନାହିଁ, ସେତିକିବେଳେ ମହାପ୍ରସାଦ ମିଳିଯିବା ଭକ୍ତ ଲାଗି ଭାଗ୍ୟର କଥା । ସେଥିଲାଗି ଘଣ୍ଟା ଘଣ୍ଚା ଧରି ଶହ ଶହ ଶ୍ରଦ୍ଧାଳୁ ଧାଡ଼ିରେ ଛିଡ଼ା ହୋଇଥିଲେ । କାର୍ତ୍ତିକ ଆରମ୍ଭରୁ ଯେମିତି ହେଲେ ଅବଢା ଟିକେ ପାଇ ବ୍ରତ ଆରମ୍ଭ କରିବେ । କରୋନା ଭୟ ଥିଲେ ବି ଭକ୍ତି ଓ ଆବେଗ ଭକ୍ତକୁ ଟାଣି ଆଣୁଛି ବଡ଼ଦାଣ୍ଡକୁ । ମହାପ୍ରସାଦ ଧରି, ପତିତପାବନକୁ ଚାହିଁ, ଜୟ ଜଗନ୍ନାଥ କହି ଆନନ୍ଦାଶ୍ରୁରେ ଭିଜୁଛି ସେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ