Masthead

‘ବିରୋଧୀ ଏକତା ପାଇଁ ଆମେ ସଭିଏଁ ସମ୍ମିଳିତ ଉଦ୍ୟମ କରୁଛୁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିରୋଧୀ ଏକତା ପାଇଁ ଆମେ ସଭିଏଁ ସମ୍ମିଳିତ ଉଦ୍ୟମ କରୁଛୁ । ଗୁରୁବାର କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ‘ଏନ୍‌ସିପି’ ମୁଖ୍ୟ ଶରଦ ପୱାରଙ୍କୁ ଭେଟିବା ପରେ ରାହୁଲ ଗାନ୍ଧି ଏଭଳି ମନ୍ତବ୍ୟ ଦେଇଛନ୍ତି । ଖଡଗେଙ୍କ ବାସଭବନରେ ବୈଠକ ଶେଷ ହେବା ପରେ ରାହୁଲ କହିଛନ୍ତି ବିରୋଧୀମାନଙ୍କୁ ଏକତ୍ର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିରୋଧୀ ଏକତା ପାଇଁ ଆମେ ସମ୍ମିଳିତ ଚେଷ୍ଟା ଚଳାଇଛୁ।

ସେପଟେ ଖଡ଼ଗେ ମଧ୍ୟ କହିଛନ୍ତି, ଦେଶ ଓ ଗଣତନ୍ତ୍ରକୁ ବଞ୍ଚାଇବା ଏବଂ ସମ୍ବିଧାନକୁ ସୁରକ୍ଷିତ ରଖିବା, ବାକ୍‌ ଓ ବିବୃତିର ସ୍ୱାଧୀନତା , ମୁଦ୍ରାସ୍ଫୀତି ସଂସ୍ଥାଗୁଡ଼ିକର ଅପବ୍ୟବହାର ଭଳି ସମସ୍ୟାର ନିରାକରଣ ନିମନ୍ତେ ଆମେ ଏକ ହୋଇ ଲଢ଼ିବାକୁ ପ୍ରସ୍ତୁତ ଅଛୁ। ସେ ଆହୁରି ମଧ୍ୟ କହିଛନ୍ତି, ମୁମ୍ବାଇରୁ ଆସି ଶରଦ ପୱାର ଆମ ସହିତ ଆଲୋଚନା କରିଥିବାରୁ ଆମେ ସଭିଏଁ ଖୁସି ଅଛୁ ।

ବିରୋଧୀ ଏକତା ଲାଗି ରାହୁଲ୍‌ ଓ ମୁଁ ନୀତୀଶ ଓ ତେଜସ୍ୱୀଙ୍କ ସହିତ ମଧ୍ୟ ବୈଠକ କରିଥିଲୁ। ଗତକାଲିର ବୈଠକ ଶେଷ ହେବା ପରେ ଶରଦ ପୱାର କହିଥିଲେ, ଇଏ ଆରମ୍ଭ ମାତ୍ର। ଅନ୍ୟାନ୍ୟ ପ୍ରମୁଖ ବିରୋଧୀ ଦଳମାନଙ୍କ ସହିତ ଆଲୋଚନା କରାଯିବ। ସେ ମମତା ବାନାର୍ଜୀ ହୁଅନ୍ତୁ, କେଜ୍ରିୱାଲ୍‌ ଅଥବା ଅନ୍ୟ କେହି ହୁଅନ୍ତୁ। ସମସ୍ତଙ୍କୁ ଏହି ପ୍ରକ୍ରିୟା ମଧ୍ୟକୁ ଅଣାଯିବାକୁ ଉଦ୍ୟମ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ