Before Header

୫ ନିର୍ବାଚନୀ ରାଜ୍ୟରୁ ଜବତ ହେଲାଣି ୧୭୬୦ କୋଟି ଟଙ୍କା

0 512

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୫ ନିର୍ବାଚନୀ ରାଜ୍ୟରୁ ଜବତ ହେଲାଣି ୧୭୬୦ କୋଟି ଟଙ୍କାର ସାମଗ୍ରୀ । ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ ୧୭୬୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି ବୋଲି ନିର୍ବାଚନ ଆୟୋଗ ସୋମବାର କହିଛନ୍ତି। ଏସମସ୍ତ ଜିନିଷ ଭୋଟରଙ୍କୁ ଆକର୍ଷିତ କରିବାକୁ ବଣ୍ଟାଯାଉଥିଲା । ୨୦୧୮ ବିଧାନସଭା ନିର୍ବାଚନ ସମୟରେ ଏହି ରାଜ୍ୟଗୁଡ଼ିକରେ ଜବତ ହୋଇଥିବା ରାଶିଠାରୁ ଏହା ୭ ଗୁଣ ଅଧିକ। ଗତ ନିର୍ବାଚନ ସମୟରେ ଏହି ସବୁ ରାଜ୍ୟରୁ ୨୩୯.୧୫ କୋଟି ଟଙ୍କା ଜବତ ହୋଇଥିଲା। ତେଲେଙ୍ଗାନାରେ ସର୍ବାଧିକ ନଗଦ ଟଙ୍କା ଜବତ ହୋଇଛି। ଏଠାରୁ ୬୫୯.୨ କୋଟି ଟଙ୍କା ଜବତ ହୋଇଥିବା ବେଳେ ରାଜସ୍ଥାନରୁ ୬୫୦.୭ କୋଟି, ମଧ୍ୟପ୍ରଦେଶରୁ ୩୨୩.୭ କୋଟି, ଛତିଶଗଡ଼ରୁ ୭୬.୯ କୋଟି ଏବଂ ମିଜୋରାମରୁ ୪୯.୬ କୋଟି ଟଙ୍କା ଜବତ ହୋଇଛି।

ଏହା ପୂର୍ବରୁ ୬ଟି ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ଗୁଜରାଟ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ଓ କର୍ଣ୍ଣାଟକରୁ ୧୪୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା, ଯାହା କି ପୂର୍ବ ବିଧାନସଭା ନିର୍ବାଚନ ସମୟରେ ଜବତ ହୋଇଥିବା ଟଙ୍କା ତୁଳନାରେ ୧୧ ଗୁଣ ଅଧିକ। ଗତ ସପ୍ତାହର ଶୁକ୍ରବାର ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମତଦାନ ହୋଇଥିଲା। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ମଧ୍ୟପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୭୦ଟି ବିଧାନସଭା ଆସନରେ ଅପରାହ୍ଣ ୫ଟା ସୁଦ୍ଧା ୭୦.୬୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଛତିଶଗଡ଼ରେ ୭୪.୩୧ ପ୍ରତିଶତ ମତଦାନ ହୋଇଛି।

Leave A Reply

Your email address will not be published.