Masthead

ଝିଅ ଦେଖିବାକୁ ଆସି ଯୁବତୀର ବେକ କାଟିଲା ଯୁବକ

ଆଳି (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଜୟନଗର ପଞ୍ଚାୟତର କୁଜିପୁରୁ ଗାଁର କିଶୋର ଦାସଙ୍କ ଭାଣିଜୀ ପ୍ରିୟଙ୍କା ଦାସଙ୍କୁ ଗାରଡ଼ପୁରୁ ଗାଁର ସୁବ୍ରତ ନାୟକ ଓ ତାଙ୍କ ମାଆ ମନୋରମା ନାୟକ ଝିଅ ଦେଖିବାକୁ କୁଜି ପୁରୁ ଗାଁକୁ ଆସିଥିଲେ । ଝିଅ ଓ ପୁଅ କିଛି କଥା ହେବା ଲାଗି ପୁଅ ସୁବ୍ରତ କହିଥିଲା । ପୁଅ ଓ ଝିଅ ଗୋଟିଏ ଘରେ କଥା ହେବାକୁ ଯାଇଥିଲେ । ହେଲେ ସୁବ୍ରତ ଘର କବାଟ ବନ୍ଦ କରି ଝିଅ ପ୍ରିୟଙ୍କାକୁ ଏକ ଛୁରୀରେ ଗଳାକୁ କାଟି ଦେଇଥିଲେ ।

ଝିଅର ପରିବାର ଲୋକ ଚିତ୍କାର ଶୁଣି ଘର କବାଟ ଭାଙ୍ଗି ଝିଅକୁ ଉଦ୍ଧାର କରିଥିଲେ । ଗାଁ ଲୋକମାନେ ଅଭିଯୁକ୍ତ ସୁବ୍ରତକୁ କାବୁ କରି ଏକ ଖୁଣ୍ଟରେ ବନ୍ଧି ପୋଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରୁ ଯୁବକକୁ ଥାନାକୁ ଆଣିଥିଲ । ପ୍ରିୟଙ୍କାଙ୍କୁ ପରିବାର ଲୋକ ରାଜକନିକା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରକୁ ଆଣି ଥିଲେ । ସେଠାରେ ତାଙ୍କ ଚିକିତ୍ସା କରିବା ପରେ ରାଜକନିକା ଥାନାରେ ପ୍ରିୟଙ୍କାଙ୍କ ମାମୁଁ କିଶୋର ଦାସ ଏତଲା ଦେଇଥିଲେ । ଥାନା ରେ ଏକ ମାମଲା ରୁଜୁ କରି ଯୁବକକୁ ଗିରଫ ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ