Masthead

ଶ୍ରମିକ ବଦଳରେ ମେସିନ କାମକୁ ବିରୋଧ

କେନ୍ଦୁଝର, (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଓଏମସି ଖଣିରେ ଶ୍ରମିକ ଅଶାନ୍ତି । ନିୟମକୁ ବେଖାତିର କରି ଶ୍ରମିକଙ୍କ ବଦଳରେ ମେସିନ କାମ କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଏହାଦ୍ୱାରା ଭୋକ ଉପାସରେ ଦିନ କାଟୁଛନ୍ତି ଶହ ଶହ ଖଣି ପ୍ରଭାବିତ ଶ୍ରମିକଙ୍କ ପରିବାର । ଖଣିରେ କାମ ଦାବି କରି ୨୪ ଦିନରେ ପହଞ୍ଚିଛି ଶ୍ରମିକଙ୍କ ଆନ୍ଦୋଳନ ଓ ଧାରଣା ।
ମଙ୍ଗଳବାର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଧାରଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ସମର୍ଥନ କରିଥିଲେ । ଅନେକ ଭୂୟାଁ ଓ ଜୁଆଙ୍ଗ ସଂଙ୍ଗଠନର ସଭ୍ୟ ମଧ୍ୟ ସେଠାରେ ପହଞ୍ଚିଥିଲେ । ସେପଟେ ଏହାକୁ ବିରୋଧ କରି ଖଣିରେ କାମ କରିଆସୁଥିବା ଏକ ସଂଙ୍ଗଠନ ଓ ତାଙ୍କ ସମର୍ଥକମାନେ ଓଏମସି ଖଣି କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହାକୁ ନେଇ ସମଗ୍ର ଖଣି ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା । ବିଧାୟକ କହିଛନ୍ତି ଯେ ଖଣି ଗାଇଡ୍ ଲାଇନ୍ ଅନୁସାରେ ଖଣି କାମରେ ୬୦ ଭାଗ ମେସିନ ଓ ୪୦ ଭାଗ କାମ ଶ୍ରମିକଙ୍କ ଦ୍ୱାରା ହେବାର ନିୟମ ଅଛି । ମାତ୍ର ସେଠାର କିଛି ଜିଲ୍ଲା ବାହରର ମୁଷ୍ଟିିମେୟ ବ୍ୟକ୍ତି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ନାଁରେ ଏକ ସଂସ୍ଥା କରିଥିବା କୁହାଯାଇଛି । ଓଏମସି କର୍ତ୍ତୃପକ୍ଷଙ୍କୁ ହାତବାରିସି କରି ସେମାନେ ଖଣି ପ୍ରଭାବିତି ଅଞ୍ଚଳର ଶହ ଶହ ଶ୍ରମିକଙ୍କ ଦାନା ମାରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏବେ ଶ୍ରମିକ ଅଶାନ୍ତି ବଢ଼ିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ