Masthead

ମାଲକାନଗିରି ଜିଲ୍ଲା ପୁଲିସକୁ ବଡ଼ ସଫଳତା

କୋରକୁଣ୍ଡା (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ପୁଲିସକୁ ବଡ଼ ସଫଳତା। ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ, ବୁଧବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ଓଡ଼ିଶା ଛତିଶଗଡ ସୀମାକୁ ଲାଗି ରହିଥିବା କାଲିମେଳା ଥାନା ଦୟାଲତଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜିଲ୍ଲା ପୁଲିସର ଡିଭିଏଫ ବାହିନୀ ଏବଂ ଗୁଇନ୍ଦା ବିଭାଗ ଦ୍ବାରା ଏକ ସର୍ଚ୍ଚ ଅପରେସନ ବେଳେ ଆଇଇଡି ଏବଂ ଆଇଇଡି ତିଆରି ସାମଗ୍ରୀ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ କାଲିମେଲା ଥାନା ଅଧୀନରେ ଥିବା ଦୟାଲତଙ୍ଗ ଗ୍ରାମ ନିକଟ ଜଙ୍ଗଲରେ ନକ୍ସଲ ଦ୍ବାରା ମାଟି ତଳେ ଲୁଚାଇ ରଖିଥିବା ମାଓ ଡମ୍ପ ଉଦ୍ଧାର କରାଯାଇଛି ।

ଏହା ମାଧ୍ୟମରେ ନକ୍ସଲମାନେ ସାଧାରଣ ନାଗରିକ ଏବଂ ପୁଲିସକୁ କ୍ଷତି ପହଁଞ୍ଚାଇବା କିମ୍ବା କିଛି ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ଉଦେଶ୍ୟରେ ଲୁଚାଇଥିବା ଅନୁମାନ କରୁଛି ପୁଲିସ। ଜବତ ସାମଗ୍ରୀ ମଧ୍ୟରେ ୧୯୦ଟି ଜିଲେଟିନ ଝଡ଼ ଏବଂ ୨ କେଜି ରୁ ୨୦ କେଜି ପର୍ଯ୍ୟନ୍ତ ୧୨ ଟି ଆଇଇଡି ଜବତ କରିଛି ଜିଲ୍ଲା ପୁଲିସ। ପୁଲିସର ସଫଳତା ପରେ ଅଞ୍ଚଳରେ ବିଦ୍ରୋହୀ ମାଓବାଦୀଙ୍କ ଦେଶ ବିରୋଧୀ କାର୍ୟ୍ୟକଳାପକୁ ଏହା ଏକ ବଡ଼ ଧକ୍କା ଲାଗିଛି । ଏହି ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଏଓବିଏସଜେଡସି ନକ୍ସଲ କ୍ୟାଡରଙ୍କ ହୋଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏତେ ମାତ୍ରାରେ ମାଓ ଡମ୍ପ ଉଦ୍ଧାର ପରେ ଉକ୍ତ ଅଞ୍ଚଳରେ ଅଧିକ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ପାଇଁ ଏସପି ନିତେଶ ଓ୍ବାଧବାନି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି