ମାଲକାନଗିରି ଜିଲ୍ଲା ପୁଲିସକୁ ବଡ଼ ସଫଳତା

କୋରକୁଣ୍ଡା (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ପୁଲିସକୁ ବଡ଼ ସଫଳତା। ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ, ବୁଧବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ଓଡ଼ିଶା ଛତିଶଗଡ ସୀମାକୁ ଲାଗି ରହିଥିବା କାଲିମେଳା ଥାନା ଦୟାଲତଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜିଲ୍ଲା ପୁଲିସର ଡିଭିଏଫ ବାହିନୀ ଏବଂ ଗୁଇନ୍ଦା ବିଭାଗ ଦ୍ବାରା ଏକ ସର୍ଚ୍ଚ ଅପରେସନ ବେଳେ ଆଇଇଡି ଏବଂ ଆଇଇଡି ତିଆରି ସାମଗ୍ରୀ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ କାଲିମେଲା ଥାନା ଅଧୀନରେ ଥିବା ଦୟାଲତଙ୍ଗ ଗ୍ରାମ ନିକଟ ଜଙ୍ଗଲରେ ନକ୍ସଲ ଦ୍ବାରା ମାଟି ତଳେ ଲୁଚାଇ ରଖିଥିବା ମାଓ ଡମ୍ପ ଉଦ୍ଧାର କରାଯାଇଛି ।

ଏହା ମାଧ୍ୟମରେ ନକ୍ସଲମାନେ ସାଧାରଣ ନାଗରିକ ଏବଂ ପୁଲିସକୁ କ୍ଷତି ପହଁଞ୍ଚାଇବା କିମ୍ବା କିଛି ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ଉଦେଶ୍ୟରେ ଲୁଚାଇଥିବା ଅନୁମାନ କରୁଛି ପୁଲିସ। ଜବତ ସାମଗ୍ରୀ ମଧ୍ୟରେ ୧୯୦ଟି ଜିଲେଟିନ ଝଡ଼ ଏବଂ ୨ କେଜି ରୁ ୨୦ କେଜି ପର୍ଯ୍ୟନ୍ତ ୧୨ ଟି ଆଇଇଡି ଜବତ କରିଛି ଜିଲ୍ଲା ପୁଲିସ। ପୁଲିସର ସଫଳତା ପରେ ଅଞ୍ଚଳରେ ବିଦ୍ରୋହୀ ମାଓବାଦୀଙ୍କ ଦେଶ ବିରୋଧୀ କାର୍ୟ୍ୟକଳାପକୁ ଏହା ଏକ ବଡ଼ ଧକ୍କା ଲାଗିଛି । ଏହି ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଏଓବିଏସଜେଡସି ନକ୍ସଲ କ୍ୟାଡରଙ୍କ ହୋଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏତେ ମାତ୍ରାରେ ମାଓ ଡମ୍ପ ଉଦ୍ଧାର ପରେ ଉକ୍ତ ଅଞ୍ଚଳରେ ଅଧିକ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ପାଇଁ ଏସପି ନିତେଶ ଓ୍ବାଧବାନି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’