ଜମି ଜବରଦଖଲକୁ ନେଇ ଦାବିପତ୍ର

ଟାଙ୍ଗି-ଚୌଦ୍ୱାର, (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ଟାଙ୍ଗି-ଚୌଦ୍ୱାର ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଜମି ଜବରଦଖଲ ସମସ୍ୟା। ଟାଙ୍ଗି-ଚୌଦ୍ୱାର ତହସିଲ ଅନ୍ତର୍ଗତ ଆଗ୍ରାହାଟ ପଞ୍ଚାୟତରେ ଥିବା ଶହ ଶହ ଏକର ଗୋଚର ଅନାବାଦୀ ଜମିକୁ କିଛି ମଫିଆ ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଜବରଦଖଲ କରିବାକୁ ପ୍ରୟାସ କରାଯାଇଥିଲା। ଏହାକୁ ଗ୍ରାମବାସୀ କିଛିଦିନ ତଳେ ବିରୋଧ କରିବା ସହ ଏ ସମ୍ପର୍କରେ ଚୌଦ୍ୱାର ଥାନା, ଜଗତପୁର ତହସିଲଦାର ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ଉକ୍ତ ଜମିରେ ସ୍ଥାନୀୟ ଲୋକେ ଗାଈଗୋରୁ ଚରାଇବା ସହ ପିଲାମାନେ ଖେଳକୁଦ କରିଥାନ୍ତି। ଏହାସହ ଏହି ସ୍ଥାନରେ ଶବଦାହ ମଧ୍ୟ କରାଯାଇଥାଏ। କିନ୍ତୁ ଏହାକୁ କିଛି ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ବିକ୍ରି କରିବାକୁ ଯୋଜନା କରିଛନ୍ତି।

ଅନ୍ୟପଟେ ଦାବିପତ୍ର ପ୍ରଦାନ କରାଯିବାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନର ନିରବତାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଆଜି ଗ୍ରାମର ମହିଳାମାନେ ଏହାର ବିଧିବଦ୍ଧ ତଦନ୍ତ ସହ ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଆରଡିସି, ଜିଲ୍ଲାପାଳ, ତସିଲଦାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ଏହା ଉପରେ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ସେମାନେ ରାଜରାସ୍ତା ଅବରୋଧ କରିବା ସହ ତହସିଲ ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’