Masthead

ଗ୍ରାମବାସୀଙ୍କୁ ପାଣି ଯୋଗାଇଲେ ସରପଞ୍ଚ

ହାଟଡ଼ିହି( ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଢେଙ୍କା ପଂଚାୟତ ଝଣଝଣା ,କାଳିଆମ୍ବ, ସଙ୍ଗମ ଗାଁକୁ ଦୀର୍ଘ ପାଞ୍ଚ ଛଅ ମାସ ଧରି ପାଣି ଦେଉନଥିଲା ଜଳଯୋଗାଣ ବିଭାଗ। ଏହି ଅଞ୍ଚଳଟି ପାହାଡିଆ ହୋଇଥିବାରୁ ସବୁବେଳେ ପାଣି ସମସ୍ୟା ଲାଗିରହିଥାଏ । ବିଭାଗ ପକ୍ଷରୁ ପାଣିଟାଙ୍କିକୁ ଯୋଗାଉଥିବା ମଟରର ବକେୟା ଇଲେକ୍ଟ୍ରି ବିଲ ବାକି ଥିବା କହି କରେଣ୍ଟ କାଟିଦିଆଯାଉଥିଲା। ଏହାର ପରିଣତି ଗରିବ ଲୋକଙ୍କୁ ଭୋଗିବାକୁ ପଡୁଥିଲା। ତାଙ୍କ ସମସ୍ୟା କେହି ବୁଝି ନଥିଲେ । ସେମାନେ ଆଜି ସକାଳୁ ହଦଗଡ଼- ଛେନାପଦି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ସୋସୋ ପୁଲିସ ପଂହଁଚି ସମସ୍ୟା ବୁଝିଥିଲା। ପ୍ରାୟ ଦୁଇଘଣ୍ଟା ଧରି ରାସ୍ତା ବନ୍ଦ ରହିବା ପରେ ସରପଞ୍ଚ ଆସି କରେଣ୍ଟ ସଂଯୋଗ କରିଥିଲେ । ରାସ୍ତା ଅବରୋଧ ହଟି ଥିଲା ଓ ପାଣି ଦିଆ ଯିବ ବୋଲି ପ୍ରତିଶୁତି ମିଳିଥିଲା। ପୁରୁଣା ବକେୟା ଅର୍ଥ ସମ୍ପୂର୍ଣ୍ଣ ଦିଆଯାଇନଥିବାରୁ କେତେଦିନ ଚାଲିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା