Masthead

ମାଟ୍ରିକ ପାସ କଲେ ବିଧାୟକ

ସୋରଡ଼ା(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ମାଟ୍ରିକ ଫଳ । ବିନା ପରୀକ୍ଷାର ମାର୍କରେ ଯେଉଁ ପରୀକ୍ଷାର୍ଥୀ ଅସନ୍ତୁଷ୍ଟ ଥିଲେ ସେମାନଙ୍କ ଫଳ ବାହାରିଛି । ଏଥିରେ ଅନେକ ପିଲା ପୂର୍ବ ମାର୍କଠାରୁ ଅଧିକ ପାଇଛନ୍ତି । ଅନେକ ପୂର୍ବ ମାର୍କଠାରୁ ତଳକୁ ଖସିଆସିଛନ୍ତି । ତେବେ ଅଫଲାଇନ ମାଟ୍ରିକ ପରୀକ୍ଷା ଦେଇଥିବା ଚର୍ଚ୍ଚିତ ଚେହେରା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ରେଜଲ୍ଟ କଣ ହେଲା, ଆମେ ଦେଖିବାକୁ ଚାହିଁଥିଲୁ । ନିଶ୍ଚିତ ଭାବରେ ଆମେ ବିଧାୟକଙ୍କୁ ଅଭିନନ୍ଦନ ଜଣାଇବୁ । ବିଧାୟକ ମାଟ୍ରିକ ପାସ୍ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବି-ଟୁ ଗ୍ରେଡରେ ମାଟ୍ରିକ ପାସ୍ କରିଛନ୍ତି । ମୁକ୍ତ ବିଦ୍ୟାଳୟ ଆଧାରରେ ପରୀକ୍ଷା ଦେଇଥିବା ବିଜେଡିର ଏହି ବିଧାୟକ ଫୁଲମାର୍କ ୫୦୦ରୁ ୩୪୦ ନମ୍ବର ରଖିଛନ୍ତି ।

ବିଧାୟକଙ୍କର ଚିତ୍ରକଳାରେ ଜ୍ଞାନ ଅଧିକ । ୧୦୦ରୁ ରଖିଛନ୍ତି ୮୫ । ଇଂରାଜୀରେ ଟିକେ ଦୁର୍ବଳ ଅଛନ୍ତି । ୧୦୦ରୁ ରଖିଛନ୍ତି ୪୪ । ଓଡ଼ିଆରେ ଭଲ କରିଛନ୍ତି । ୧୦୦ରୁ ୬୭ ରଖିଛନ୍ତି । ସାମାଜିକ ବିଜ୍ଞାନରେ ୬୧ ଓ ଗୃହ ବିଜ୍ଞାନରେ ୮୩ ନମ୍ବର ରଖିଛନ୍ତି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ୨୦୦୯ରୁ ସୋରଡ଼ାରୁ ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ୨୦୨୧ରେ ମାଟ୍ରିକ ପାସ କରିବା ତାଙ୍କ ପାଇଁ ଖୁସିର ଖବର ନିଶ୍ଚୟ । କାରଣ ଏହି ମାଟ୍ରିକ ଫଳ କଥା ତାଙ୍କୁ ବେଶ୍ ଅଡୁଆରେ ପକାଇଛି । ବିଧାୟକ ୨୦୦୯ର ସତ୍ୟପାଠରେ ଲେଖିଥିଲେ ସେ ମାଟ୍ରିକ ପାସ୍ କରିଛନ୍ତି ବୋଲି । କିନ୍ତୁ ୨୦୧୪ରେ କହିଲେ ସେ ଅଣ୍ଡର ମାଟ୍ରିକ୍, ନବମ ପାସ୍ । ପୁଣି ୨୦୧୯ରେ କହିଲେ ସେ ଅଷ୍ଟମ ପାସ୍ । ୨୦୨୧ରେ ମାଟ୍ରିକ ପରୀକ୍ଷା ଦେଲେ । ମୋବାଇଲ ଧରି ସେଣ୍ଟରକୁ ଗଲେ । ଯାହା ହେଉ ଏତେ ମିଛ ସତ କହି, ଆଇନ ଉଲ୍ଲଂଘନ କରି ଶେଷରେ ମାଟ୍ରିକ ପାସ୍ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ