Masthead

ଜାଣନ୍ତୁ ବିର୍ଜୁ କିଏ, ପାକିସ୍ତାନରେ କାହିଁକି ବନ୍ଦୀ ଥିଲେ

ରାଜଗାଙ୍ଗପୁର (ବଡ଼ ଖବର): ପାକିସ୍ତାନର ଲାହୋର ଜେଲରେ ବନ୍ଦୀଥିବା ଜଣେ ଭାରତୀୟଙ୍କ ମୁକ୍ତି ଲାଗି ଦୁଇ ଦେଶର କୂଟନୈତିକ ସ୍ତରରେ ଚାଲିଥିଲା ଉଦ୍ୟମ । ଶେଷରେ ଭାରତର ଦାବିକୁ ପାକିସ୍ତାନ ମାନି ନେଇଥିଲା । ଦୀର୍ଘ ୨୦ବର୍ଷ ପାକିସ୍ତାନର ଲହୋର ଜେଲରେ ବନ୍ଦୀ ଜୀବନ ବିତାଇବା ପରେ ପ୍ରଶାସନ ସହାୟତାରେ ନିଜ ଜନ୍ମମାଟିକୁ ଫେରିଛନ୍ତି ଓଡ଼ିଆ ପୁଅ ବିର୍ଜୁ କୁଲୁ ।
ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗ ପଞ୍ଚାୟତର ଏକ ଛୋଟିଆ ଗାଁ ଜଙ୍ଗାଟୋଲି । ୨୫ବର୍ଷ ତଳେ ବାପା କାମିଲ କୁଲୁ, ମାଆ ଟିନା କୁଲୁ, ବଡ଼ ଭଉଣୀ ବେର୍ଣ୍ଣାଦେତ କୁଲୁଙ୍କୁ ଛାଡି ମାର୍କକୁଶ କୁଲୁ ଓରଫ ବିର୍ଜୁ କୁଆଡେ ଚାଲିଯାଇଥିଲେ । ବିର୍ଜୁଙ୍କ ମାନସିକ ସ୍ଥିତି ଠିକ ନ ଥିବାରୁ ଅନେକ ସମୟରେ ଘରୁ ଏଣେତେଣେ ଚାଲିଯାଆନ୍ତି । କିଛିଦିନ ପରେ ସେ ପୁଣି ଫେରି ଆସନ୍ତି । କିନ୍ତୁ ୨୦୦୦ରେ ଶେଷ ଥର ବିର୍ଜୁ ଘରୁ ପାଦକାଢିବା ପରେ ଆଉ ଫେରି ନଥିଲେ । ବହୁ ଖୋଜାଖୋଜି କରିଥିଲେ ପରିବାର ଲୋକେ । ମାତ୍ର ତାଙ୍କର ପତ୍ତା ପାଇନଥିଲେ । ବିର୍ଜୁଙ୍କୁ ଝୁରି ଝୁରି ବାପ- ମାଆ ଅନେକ ବର୍ଷ ତଳୁ ଆରପାରିକୁ ଚାଲିଗଲେଣି । ବିର୍ଜୁ ଘରକୁ ନ ଫେରିବାରୁ ଗାଁ ଓ ପରିବାର ଲୋକେ ତାଙ୍କୁ ମୃତ ବୋଲି ଧରି ନେଇଥିଲେ ।

ଏହା ଭିତରେ ବିତିଯାଇଥିଲା ୧୯ ବର୍ଷ । ହଠାତ ୨୦୧୯ରେ ପୋଲିସ ବିର୍ଜୁଙ୍କ ଘରେ ପହଞ୍ôଚଥିଲା ପୋଲିସ । ତାଙ୍କ ବିଷୟରେ ଖୋଳତାଡ଼ ଆରମ୍ଭ କରିଥିଲା । ପୋଲିସ ପ୍ରଶାସନଠାରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ନିରୁର୍ଦ୍ଦିଷ୍ଟ ବିର୍ଜୁ ପାକିସ୍ତାନର ଲାହୋର ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି । ୨୦୦୦ରେ ଭୁଲ ବଶତଃ ସେ ପାକିସ୍ତାନ ସୀମାରେ ପଶି ଯାଇଥିଲେ । ଗୁପ୍ତଚର ଭାବି ବିର୍ଜୁଙ୍କୁ ପାକିସ୍ତାନ ସୈନ୍ୟ ଗିରଫ କରିଥିଲେ । ପରେ ତାଙ୍କୁ ଲହୋର କୋର୍ଟରେ ହାଜର କରାଯାଇଥିଲା । ସେ ମାନସିକ ବିକାରଗ୍ରସ୍ତ ଥିଲେ ମଧ୍ୟ ଲାହୋର କୋର୍ଟ କିଛି ଶୁଣିନଥିଲେ । ବିର୍ଜୁଙ୍କୁ ଜେଲକୁ ପଠାଇଦେଇଥିଲେ କୋର୍ଟ ।

ବିତିଗଲା ଦୀର୍ଘ ୨୦ ବର୍ଷ । ଜେଲରେ ବନ୍ଦୀ ଜୀବନ ବିତାଇଲେ ବିର୍ଜୁ । ଭାରତରେ ବନ୍ଦୀଥିବା ପାକିସ୍ତାନ ନାଗରିକଙ୍କ ମୁକ୍ତି ଓ ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତୀୟ ନାଗରିକଙ୍କ ମୁକ୍ତିଲାଗି ଦୁଇ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନାରେ ଓଡ଼ିଆ ଯୁବକ ବିର୍ଜୁଙ୍କ ପ୍ରସଙ୍ଗ ଉଠିଥିଲା । ସୁନ୍ଦରଗଡ଼ ଜିଲ୍ଳା କୁର୍ତ୍ତା ବ୍ଲକ ଜଙ୍ଗାଟୋଲି ଗାଁର ବିର୍ଜୁଙ୍କୁ ପାକିସ୍ତାନ ମୁକ୍ତ କରିବ ବୋଲି ଚୂଡ଼ାନ୍ତ ହୋଇଥିଲା ।
ଗତ ମାସ ୨୬ ତାରିଖରେ ତାଙ୍କୁ ପାକିସ୍ତାନ ସରକାର ମୁକ୍ତ କରିବା ସହ ୱାଘା ସୀମାନ୍ତ ଦେଇ ଭାରତକୁ ହସ୍ତାନ୍ତର କରିଥିଲେ । ବିର୍ଜୁ ଅମୃତସରରେ ପହଞ୍ଚିବା ପରେ ତାଙ୍କୁ ନରାୟଣଗଞ୍ଜର କୋଭିଡ ହସ୍ପିଟାଲରେ ରଖାଯାଇଥିଲା ।

କେନ୍ଦ୍ର ବିଦେଶ ମନ୍ତ୍ରାଳୟଠାରୁ ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଥିଲା । ବିର୍ଜୁଙ୍କୁ ତାଙ୍କ ଜନ୍ମମାଟିକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିଲା । କୁତ୍ରା ବ୍ଲକ ମଙ୍ଗଳ ଅଧିକାରୀ ମଦନ ସିଂ ଏକ ବୋଲେରୋ ଧରି ଗତ ୬ ତାରିଖରେ ଅମୃତସର ଅଭିମୁଖେ ବାହାରିଥିଲେ ।


ପ୍ରତିକ୍ଷାର ଅନ୍ତ ଘଟାଇ ବିର୍ଜୁ ଆଜି କୁତ୍ରା ବ୍ଲକ ଅଫିସରେ ପହଞ୍ଚି ଥିଲେ । ବିଡିଓ ମାନସରଞ୍ଜନ ରାୟଙ୍କ ସମେତ ବହୁ ସରକାରୀ କର୍ମଚାରୀ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ । ପାରମ୍ପରିକ ବାଜା , ନାଚଗୀତରେ ତାଙ୍କୁ ସ୍ୱାଗତ କରିଛନ୍ତି ଗାଁ ଓ ପରିବାର ଲୋକେ ।

୨୦ବର୍ଷ ପାକିସ୍ତାନରେ ବନ୍ଦୀ ଜୀବନ ବିତାଇଥିବା ବିର୍ଜୁ ନିଜ ମାତୃଭାଷା ଭୁଲି ଯାଇଛନ୍ତି । କିନ୍ତୁ ଜନ୍ମମାଟିକୁ ଫେରି ଆପଣା ଲୋକଙ୍କୁ ଦେଖି ସେ ବହୁତ ଖୁସିଥିବା ସ୍ପଷ୍ଟ ବାରିହୋଇ ପଡୁଥିଲା । ବିର୍ଜୁଙ୍କୁ ପ୍ଧବ ତାଙ୍କ ଭଉଣୀ କୋହ ସମ୍ବରଣ କରିପାରିନଥିଲେ । ଭୋ ଭୋଇ ହୋଇ କାନ୍ଦି ପକାଇ ଥିଲେ । ଅନ୍ୟ ପଟେ ବିର୍ଜୁକୁ ପାଇ ଗାଁ ଓ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ