Masthead

ରାସ୍ତା ପାଇଁ ଧାରଣା

ସାଲେପୁର (ବଡ ଖବର ବ୍ୟୁରୋ): ନିମ୍ନମାନର କାମ ଯୋଗୁଁ ରାସ୍ତା ର ଅବସ୍ଥା ଶୋଚନୀୟ ନେଇ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଜନସଧାରଣଙ୍କ ଧାରଣା । କଟକ ଜିଲ୍ଲା ସାଲେପୁର ବ୍ଲକ ହରିଚନ୍ଦନପୁର ବ୍ୟାରେଜ ନିକଟରେ ଧାରଣା । ହରିଚନ୍ଦନପୁର-କିଶନ ନଗର ଜଳସମ୍ପଦ ବିଭାଗ ରାସ୍ତା ଅବସ୍ଥା ଗତ କିଛି ମାସ ତଳେ ବର୍ଷା ଯୋଗୁଁ ଶୋଚନୀୟ ହୋଇପଡିଥିବାରୁ ସ୍ଥାନୀୟ ବିଧାୟକ ହାତ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ରାସ୍ତା କାମ କରିଥିଲେ । ହେଲେ ସମ୍ପୃକ୍ତ ଠିକାଦାର ନିମ୍ନମାନର କାମ କରି ବ୍ଲକ ଅଧିକାରୀଙ୍କୁ ହାତ ବାରିସ କରି ବିଲ୍ ହାତେଇ ନେଇଥିଲେ । ଏନେଇ ବ୍ଲକ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଫଳ ଶୂନ । ନବ ନିର୍ମିତ ରାସ୍ତାକୁ ମାସେ ନପୂରଣୁ ରାସ୍ତାର ଅଵସ୍ଥା ପୂର୍ବପରି ହୋଇଗଲାଣି. ଏନେଇ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଆଜି ଧାରଣାକୁ ଓହ୍ଲାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’