Masthead

ରାସ୍ତା ପାଇଁ ଧାରଣା

ସାଲେପୁର (ବଡ ଖବର ବ୍ୟୁରୋ): ନିମ୍ନମାନର କାମ ଯୋଗୁଁ ରାସ୍ତା ର ଅବସ୍ଥା ଶୋଚନୀୟ ନେଇ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଜନସଧାରଣଙ୍କ ଧାରଣା । କଟକ ଜିଲ୍ଲା ସାଲେପୁର ବ୍ଲକ ହରିଚନ୍ଦନପୁର ବ୍ୟାରେଜ ନିକଟରେ ଧାରଣା । ହରିଚନ୍ଦନପୁର-କିଶନ ନଗର ଜଳସମ୍ପଦ ବିଭାଗ ରାସ୍ତା ଅବସ୍ଥା ଗତ କିଛି ମାସ ତଳେ ବର୍ଷା ଯୋଗୁଁ ଶୋଚନୀୟ ହୋଇପଡିଥିବାରୁ ସ୍ଥାନୀୟ ବିଧାୟକ ହାତ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ରାସ୍ତା କାମ କରିଥିଲେ । ହେଲେ ସମ୍ପୃକ୍ତ ଠିକାଦାର ନିମ୍ନମାନର କାମ କରି ବ୍ଲକ ଅଧିକାରୀଙ୍କୁ ହାତ ବାରିସ କରି ବିଲ୍ ହାତେଇ ନେଇଥିଲେ । ଏନେଇ ବ୍ଲକ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଫଳ ଶୂନ । ନବ ନିର୍ମିତ ରାସ୍ତାକୁ ମାସେ ନପୂରଣୁ ରାସ୍ତାର ଅଵସ୍ଥା ପୂର୍ବପରି ହୋଇଗଲାଣି. ଏନେଇ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଆଜି ଧାରଣାକୁ ଓହ୍ଲାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ