Masthead

ଇନଷ୍ଟାଗ୍ରାମରେ ଗାଙ୍ଗୁଲିଙ୍କୁ ଅନଫଲୋ କଲେ କୋହଲି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବିସିସିଆଇ ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଓ ଷ୍ଟାର କ୍ରିକେଟରଙ୍କ ବିବାଦ ଏବେ ଇନଷ୍ଟାଗ୍ରାମ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି । ଆରସିବି-ଡିସି ମ୍ୟାଚ ପରେ ଗାଙ୍ଗୁଲି କୋହଲିଙ୍କ ସହିତ ହାତ ମିଳାଇବାରୁ ବିରତି ରହିଥିଲା । ଏହି ବିବାଦ ଏବେ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି । କୋହଲି ଦିଲ୍ଲୀ କ୍ୟାପିଟାଲ୍ସ ଡାଇରେକ୍ଟର ଗାଙ୍ଗୁଲିଙ୍କୁ ଅନଫଲୋ କରିଦେଇଛନ୍ତି । ଇନଷ୍ଟାଗ୍ରାମରେ କୋହଲିଙ୍କର ପ୍ରାୟ ୨୪୬ ମିଲିୟନ ଫଲୋଅର୍ସ ଅଛନ୍ତି । ସେହିପରି ତାଙ୍କର ୨୭୬ଟି ଫଲୋଇଂ ଆକାଉଣ୍ଟ ମଧ୍ୟ ଅଛି ।

ହେଲେ ଏହି ୨୭୬ ଆକାଉଣ୍ଟରୁ ଗାଙ୍ଗୁଲି ବାଦ ପଡ଼ିଛନ୍ତି । ସୌରଭ ଗାଙ୍ଗୁଲିଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଛନ୍ତି ବିରାଟ କୋହଲି । ଏବେ କୋହଲିଙ୍କ ୨୭୫ ଫଲୋଇଙ୍ଗ ଆକାଉଣ୍ଟ ହୋଇଯାଇଛି । ଯାହାକୁ ନେଇ ଟ୍ୱିଟରରେ ଉଭୟଙ୍କର ପ୍ରଶଂସକଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଛି । ୧୫ ତାରିଖରେ ଆରସିବି ଏବଂ ଡିସି ମ୍ୟାଚ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଇଥିଲା । ମ୍ୟାଚ ପରେ ଉଭୟ ଦଳ ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ ହାତ ମିଳାଇଥିବା ବେଳେ ଗାଙ୍ଗୁଲି କୋହଲିଙ୍କ ସହ ହାତ ମିଳାଇନଥିଲେ । ଏହାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ