Before Header

ଟ୍ରିବ୍ୟୁନାଲ ଟିମ ଆଗରେ ସମସ୍ୟା ରଖିବୁ: ପ୍ରଦୀପ ଅମାତ

0 32

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହାନଦୀକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି । ଏହାର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରମୁଖ ଦାୟିତ୍ଵ ରହିଛି । ଆମେ ବାରମ୍ବାର ଦାବି ଉପସ୍ଥାପନ କରୁଛୁ ଉପର ମୁଣ୍ଡରେ ଯେହେତୁ ୧୫୦, ୨୦୦ ରୁ ଅଧିକ ଚେକ ଡ୍ୟାମ ଛତିଶଗଡ଼ ନିର୍ମାଣ କରି ସାରିଛି । ସେଥିପାଇଁ ଆମର ତଳ ମୁଣ୍ଡକୁ ଆଉ ପାଣି ଆସି ପାରୁ ନାହିଁ ।

ତାହାରି ଫଳରେ ଆଜି ସ୍ଥିତି ଖରାପ ହୋଇଛି । ରାଜ୍ୟ ସରକାର ବି ଟ୍ରିବ୍ୟୁନାଲର ଆଶ୍ରୟ ନେଇଛନ୍ତି । ଟ୍ରିବ୍ୟୁନାଲ ଟିମ ଆଗରେ ଆମ ସମସ୍ୟା ସବୁ ରଖିବୁ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି। ଆମେ ଓଡ଼ିଶା ବାସୀଙ୍କ ନ୍ୟାୟ ପାଇଁ ଲଢେଇ ଜାରି ରଖିଛୁ ଏବଂ ରଖିବୁ ।

Leave A Reply

Your email address will not be published.