Masthead

କୋରାପୁଟରେ ସପ୍ତଗିରିଙ୍କୁ ଟକ୍କର ଦେବେ କାଳୀରାମ ଓ କୌଶଲ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ସବୁ ରାଜନୈତିକ ଦଳ । ଚଳିତ ନିର୍ବାଚନ, ପୂର୍ବ ନିର୍ବାଚନଠାରୁ ଟିକେ ନିଆରା ହେବାକୁ ଯାଉଛି । ଏଥର ଏକାଧିକ ଆସନରେ ହେଭିୱେଟଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି । ଯାହା ପ୍ରଚାର ମଇଦାନକୁ ସରଗରମ କରିବ । ବିଶେଷକରି ଯେଉଁ ସବୁ ଆସନରେ ରାଜନୈତିକ ଦଳ ହେଭିୱେଟକୁ ପ୍ରାର୍ଥୀ କରିଛନ୍ତି, ସେହି ଆସନରେ ବଡ ଲଢ଼େଇ ହେବ ବୋଲି କୁହାଯାଉଛି । ଯଦି କୋରାପୁଟ କଥା ଦେଖିବା ଏଠି ବିଜେପି ପ୍ରାର୍ଥୀ କାଳୀରାମ ମାଝୀଙ୍କୁ ଟକ୍କର ଦେବେ ବିଜେଡିର ରିପିଟ୍ ପ୍ରାର୍ଥୀ କୌଶଲ୍ୟା ହିକକା ଓ କଂଗ୍ରେସର ସାଂସଦ ସପ୍ତଗିରି ଉଲ୍ଲାକା।

ସପ୍ତଗିରି ଗତଥର ବିଜେଡିକୁ ଏଠି କଡ଼ା ଫାଇଟ୍ ଦେଇ ଏଠୁ ମାତ୍ର ୩ ହଜାର ୬୧୩ ଭୋଟରେ ଜିତିଥିଲେ । କିନ୍ତୁ ଏଥର ଲଢ଼େଇ ଆହୁରି ଜୋରଦାର ହେବା ଆଶା କରାଯାଉଛି। ସେହିପରି କଳାହାଣ୍ଡିରେ ବିଜେପିର ମାଳବିକା କେଶରୀ ଦେଓଙ୍କ ସହ ବିଜେଡିର ଲମ୍ବୋଦର ନିଆଲ ଓ କଂଗ୍ରେସର ଦ୍ରୌପଦୀ ମାଝୀଙ୍କ ଭିତରେ ଟକ୍କର ହେବାକୁ ଯାଉଥିଲା ବେଳେ କନ୍ଧମାଳରେ ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀ, ବିଜେଡିର ଅଚ୍ୟୁତ ସାମନ୍ତ ଓ କଂଗ୍ରେସର ଅମୀର ଚାନ୍ଦ ନାୟକଙ୍କ ଭିତରେ ଲଢ଼େଇ ସ୍ପଷ୍ଟ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ