Masthead

କୋର୍ଟରେ ହାଜର ହେବେ ଲାଲୁ ଯାଦବ, ରାବ୍ରି ଦେବୀ

ପାଟନା (ବଡ଼ ଖବର ବ୍ୟୁରୋ): ଆଜି କୋର୍ଟରେ ହାଜର ହେବେ ଲାଲୁ ଯାଦବ, ରାବ୍ରି ଦେବୀ । ଜମି ବଦଳରେ ଚାକିରି ଦେବା ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ବୁଧବାର କୋର୍ଟରେ ହାଜର ହେବେ। ନିକଟରେ ସିବିଆଇ ଉଭୟଙ୍କୁ ଜେରା କରିଥିଲା । ଲାଲୁ ଯାଦବଙ୍କ ମୁମ୍ବାଇ, ପାଟଣା ଓ ରାଞ୍ଚିର ବାସଭବନ ଓ କାର୍ଯ୍ୟାଳୟରେ ଚଢାଉକରିବା ପରେ ଆଜି କୋର୍ଟରେ ହାଜର ହେବାକୁ ଯାଉଛନ୍ତି ଲାଲୁ ଯାଦବ, ପତ୍ନୀ ରାବ୍ରି ଦେବୀ ଓ ଝିଅ ମିସା ଭାରତୀ ।

ସିବିଆଇ ଏହାର ଚାର୍ଜସିଟରେ ଅଭିଯୋଗ କରିଛି ଯେ, ରେଳବାଇରେ ନିଯୁକ୍ତି ପାଇଁ ଭାରତୀୟ ରେଳର ଧାର୍ଯ୍ୟ ନିୟମ ଏବଂ ପ୍ରକ୍ରିୟାକୁ ଉଲ୍ଲଂଘନ କରି ଅନେକ ନିଯୁକ୍ତି ଦିଆଯାଇଛି। ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ରେଳ ମନ୍ତ୍ରୀ ଥିବାବେଳେ ରେଳ ବିଭାଗରେ ଚାକିରି ପାଇବା ପାଇଁ ଲୋକ ସେମାନଙ୍କ ଜମିକୁ ଲାଲୁ ଯାଦବଙ୍କ ପରିବାର ସଦସ୍ୟଙ୍କ ନାମରେ କରିଦେଉଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା