ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିନ୍ଧୁ ନଦୀ ଚୁକ୍ତିକୁ ନେଇ ପୁଣି ଭାରତକୁ ପାକିସ୍ତାନ ଚିଠି । ଚୁକ୍ତି ଉପରେ ଆଲୋଚନା ପାଇଁ ଅନୁରୋଧ କରିଛି ଭାରତ । ପହଲଗାମ ଆକ୍ରମଣ ପରଠୁ ଚୁକ୍ତିକୁ ସ୍ଥଗିତ ରଖିଛି ଭାରତ । ପାଣି ପାଇଁ ଏବେ ଚିନ୍ତାରେ ପାକିସ୍ତାନ । ପାଣି ବନ୍ଦ ହେବା ଦିନଠୁ ପାଣି ଛାଡ଼ିବା ପାଇଁ ବାରମ୍ବାର ଅନୁରୋଧ କରି ଆସୁଛି ପାକିସ୍ତାନ । ଏପ୍ରିଲ ୨୨ ରେ ଭାରତ ୬୦ ବର୍ଷ ପୁରୁଣା ସିନ୍ଧୁ ନଦ ଚୁକ୍ତିକୁ ସ୍ଥଗିତ ରଖିଛି । ମାସେ ମଧ୍ୟରେ ପାକିସ୍ତାନ ୪ ଥର ଚିଠି ଲେଖିଥିବା ଜଣାପଡିଛି । ପାକିସ୍ତାନର ପାଣି ସମ୍ପଦ ଅଧିକାରୀ ସୟଦ ଅଲି ମୁରତାଜା ଭାରତର ଜଳ ଶକ୍ତି ମନ୍ତ୍ରାଳୟକୁ ଏପ୍ରିଲ୨୨ ପରଠୁ ୪ଥର ପତ୍ର ଲେଖି ସିନ୍ଧୁ ଚୁକ୍ତି ପୁନଃସ୍ଥାପନା କରିବା ପାଇଁ ଅନୁରୋଧ କରିଛନ୍ତି । ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ଜଣଙ୍କ ମୃତୁ୍ୟ ହୋଇଥିଲା । ଏହାର ଜବାବରେ ଭାରତ ପକ୍ଷରୁ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରଠୁ ସିନ୍ଧୁ ଚୁକ୍ତି ସ୍ଥଗିତ ରଖିଥିଲା ଭାରତ । ଏହା ଫଳରେ ପାକିସ୍ତାନର ରବି ଫସଲ ପ୍ରଭାବିତ ହୋଇଛି । କେବଳ କୃଷି ନୁହେଁ ଦୈନଦିନ ଜୀବନରେ ମଧ୍ୟ ଏହାର ପ୍ରଭାବ ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’