Masthead

‘ବିଶ୍ୱ ଅଣ୍ଡା ଦିବସ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ସନ୍ ଡେ’ ହୋ ୟା ମନ ଡେ’ ରୋଜ୍ ଖାଓ ଅଣ୍ଡେ’, ଅର୍ଥାତ୍ ରବିବାର ହେଉ କି ସୋମବାର ସବୁଦିନ ଅଣ୍ଡା ଖାଆନ୍ତୁ। ଏପରି ଉକ୍ତି କେବଳ କଥାକୁ କୁହାଯାଏ ନାହିଁ, ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଏହାର ଯଥାର୍ଥତା ମଧ୍ୟ ରହିଛି। କାରଣ ଅଣ୍ଡା ଏପରି ଏକ ପ୍ରୋଟିନ ଜାତୀୟ ଖାଦ୍ୟ, ଯାହା ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ତେଣୁ ଖାଦ୍ୟରେ ଅଣ୍ଡାକୁ ଯୋଗ କରାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଉଛି। ୧୯୯୬ ମସିହାରେ ପ୍ରଥମ ଥର ପାଇଁ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଇଥିଲା। ଭିଏନାରେ ଏକ ସମ୍ମିଳନୀରେ ଇଣ୍ଟରନ୍ୟାସନାଲ ଏଗ୍ କମିଶନ ଅନ୍ତର୍ଜାତୀୟ ଅଣ୍ଡା ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ଶୁକ୍ରବାର ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଉଛି।

ଏହି ଦିବସରେ ସ୍ୱାସ୍ଥ୍ୟ ପ୍ରତି ଅଣ୍ଡାର ଉପକାରିତା ବାବଦରେ ଅବଗତ କରାଇବା ପାଇଁ ଅନେକ ପ୍ରକାରର କାର‌୍ୟ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ। ଅଣ୍ଡାକୁ ପୁଷ୍ଟିକର ଭଣ୍ଡାର ବୋଲି କୁହାଯାଏ। ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍-ଏ, ଆମିନୋ ଏସିଡ୍ ଏବଂ ଉପକାରୀ ଫ୍ୟାଟ୍ ଭରପୂର ଥାଏ। ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ସହିତ ଅନ୍ୟ କୌଣସି ଖାଦ୍ୟର ତୁଳନା ନାହିଁ। ଯେଉଁମାନେ ଫିଟ୍ ରହିବାକୁ କିମ୍ବା ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅଣ୍ଡା ଏକ ଯାଦୁକରୀ ଖାଦ୍ୟ। ଅଣ୍ଡାର ଧଳା ରଙ୍ଗରେ ଉଚ୍ଚମାନର ପ୍ରୋଟିନ୍ ମିଳିଥାଏ ଏବଂ କେଶରରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଅଣ୍ଡାରେ ଥିବା ଏହି ଗୁଣ ଦୈନନ୍ଦିନ ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରେ। ପ୍ରତିବର୍ଷ ଏକ ବିଷୟବସ୍ତୁ ବା ଥିମ୍ ଆଧାରରେ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏକ ସ୍ୱାସ୍ଥ୍ୟକର ଭବିଷ୍ୟତ ପାଇଁ ଅଣ୍ଡା ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ