Masthead

ବିଜେପିରେ ଯୋଗ ଦେଇ ତ୍ରିପୁରାବାସୀଙ୍କୁ ଧୋକା ଦେଇଛି !

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ରାଜନୀତି ଉପରେ ବର୍ତ୍ତମାନ ସାରା ଦେଶର ନଜର । ଏଥର ମମତାଙ୍କୁ ନେଇ ନୁହେଁ ବରଂ ବିଜେପି ବିଧାୟକଙ୍କ ପାଇଁ ସାରା ଦେଶରେ ପୁଣି ଥରେ ପଶ୍ଚିମବଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ବିଜେପିର ତ୍ରିପୁରା ବିଧାୟକ ଆଶିଷ ଦାସ ଏକ ମଜାଦାର ଘଟଣାକ୍ରମରେ ମସ୍ତକ ମୁଣ୍ଡନ ପୂର୍ବକ ଦଳରୁ ଇସ୍ତଫା ଘୋଷଣା କରିଛନ୍ତି। ଲଣ୍ଡା ହେବା ପରେ ବିଜେପିରୁ ଇସ୍ତଫା ଦେଇଥିଲେ ବିଧାୟକ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି ଯେ ବିଜେପି ଅନେକ ପ୍ରତିଶ୍ରୁତି ଦେଇଛି। ହେଲେ ସେଥିରୁ କୋଉ ଗୋଟିକକୁ ବି ପୂରଣ କରିନି। ଲୋକେ ୨୫ ବର୍ଷର ବାମପନ୍ଥୀ ଶାସନ ସମାପ୍ତ କରିବାକୁ ଚାହୁଁଥିଲେ ଆଉ ସେମାନଙ୍କ ମଧ୍ୟରେ ମୁଁ ବି ଜଣେ ଥିଲି। ମୋତେ ଲାଗୁଥିଲା ବିଜେପି ଲୋକଙ୍କ ଭଲ କରିବ।

ମୁଁ ତ୍ରିପୁରା ଲୋକଙ୍କୁ ଧୋକା ଦେଇଛି ଏଣୁ ତପସ୍ୟା କରିବି ବୋଲି କହିଛନ୍ତି। ତେବେ ସେ ଟିଏମସିରେ ଯୋଗ ଦେବାକୁ ଆଗ୍ରହୀ ହେବେ କି ବୋଲି ତାଙ୍କୁ ପଚରା ଯିବାରୁ ଦେଶରେ ଏବେ ମୋଦିଙ୍କ ମୁକାବିଲା ଲାଗି କେବଳ ମମତା ହିଁ ଏକମାତ୍ର ନେତ୍ରୀ ବୋଲି କହିଛନ୍ତି ଆଶିଷ ଦାସ। ୨୦୨୧ ବିଧାନସଭା ନିର୍ବାଚନ ଫଳାଫଳ ପରେ ସାରା ଦେଶ ଏବେ ମମତାଙ୍କ ଆଡକୁ ଚାହିଁଛି। ଯଦି ଦେଶବାସୀ ମମତାଙ୍କୁ ଜିତାନ୍ତି ତେବେ ଇନ୍ଦିରାଙ୍କ ପରେ ହୁଏତ ସେ ଭାରତର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇପାରନ୍ତି। କେବଳ ମମତା ବାନାର୍ଜୀ ହିଁ ଭାରତକୁ ବିଜେପି ମୁକ୍ତ କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ହେଲେ ଟିଏମସିରେ ଯୋଗଦେବେ କି ନା ତାହା ସ୍ପଷ୍ଟ କରିନାହାନ୍ତି। ଦୀର୍ଘ ୧୮ ବର୍ଷ ଧରି ରାଜ୍ୟରେ ବାମଦଳ ବିରୋଧରେ ସଂଘର୍ଷ କରିଥିବା ଆଶିଷ ଦାସ ୨୦୨୩ରେ ତ୍ରିପୁରାରୁ ବିଜେପିକୁ ଉପାଡି ଫିଙ୍ଗିଦେବାକୁ ସଂକଳ୍ପ କରିଛନ୍ତି।

ତେବେ ଦୀର୍ଘ ବର୍ଷ ଏକ ସାମ୍ପ୍ରଦାୟିକ ଦଳ ସହ କାମ କରିଥିବାରୁ ମସ୍ତକ ମୁଣ୍ଡନ ପୂର୍ବକ ପ୍ରାୟଶ୍ଚିତ କରିବା ସହ ଦଳରୁ ଇସ୍ତଫା ଘୋଷଣା କରୁଥିବା କହିଛନ୍ତି। ଛାତ୍ରଜୀବନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡିତ ଆଶିଷ ଦାସ ୧୯୯୯ ମସିହାରେ ଜଣେ ଦଳୀୟ କାର୍ୟ୍ୟକର୍ତ୍ତା ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୧୫ ମସିହାରେ ଦଳରେ ନିଜକୁ ସାମିଲ କରିଥିବାବେଳେ ୨୦୧୮ ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟରେ ପ୍ରତିଦ୍ୱନ୍ଦ୍ୱୀତା କରି ବିଜୟୀ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼