ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ

ଆସାମ(ବଡ଼ ଖବର ବ୍ୟୁରୋ): ଦେଶର ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ। ପ୍ରବଳ ବର୍ଷା ଯୋଗୁ ୨ ଦିନରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସିବା ଓ ଫ୍ଲାସ ଫ୍ଲଡ୍ ପାଇଁ ପ୍ରବଳ କ୍ଷୟକ୍ଷତି ହୋଇଛି। ଗତ ୪୮ ଘଣ୍ଟା ମଧ୍ୟରେ ଆସାମ ଓ ଅରୁଣାଚଳପ୍ରଦେଶରେ ୯ ଜଣ ଲେଖାଏଁ ପ୍ରାଣ ହରାଇଥିବାବେଳେ ମେଘାଳୟରେ ୬, ମିଜୋରାମରେ ୫, ନାଗାଲାଣ୍ଡ ଓ ତ୍ରିପୁରାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଅରୁଣାଚଳପ୍ରଦେଶର ଇଷ୍ଟ କାମେଙ୍ଗ ଜିଲାରେ ଭୂସ୍ଖଳନ ଯୋଗୁ ଏକ ଗାଡ଼ି ଖାତକୁ ଖସିପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଲୋୟର ସୁବନସିରି ଜିଲାରେ ଭୂସ୍ଖଳନରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେପଟେ ଆସାମରେ ଲଗାଣ ବର୍ଷା ଜାରି ରହିଥିବାରୁ ସଡ଼କ ପରିବହନ ଓ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

୧୫ ଜିଲାର ୭୮,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ଓ ବାରାକ ସମେତ ୧୦ଟି ବଡ଼ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଗମ୍ଭୀର ବନ୍ୟା ସ୍ଥିତି ସୃଷ୍ଟି ହେବା ନେଇ ସତର୍କ କରାଇଛି। ଭୂସ୍ଖଳନଜନିତ ରାସ୍ତା ଅବରୋଧ ଯୋଗୁ ଉତ୍ତର ସିକିମ୍‌ରେ ପ୍ରାୟ ୧,୫୦୦ ପର୍ୟ୍ୟଟକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗତକାଲି ଆସାମ, ଅରୁଣାଚଳପ୍ରଦେଶ ଓ ସିକିମ୍‌ ମୁଖ୍ୟମନ୍ତ୍ରୀଙ୍କ ସମେତ ମଣିପୁର ରାଜ୍ୟପାଳଙ୍କ ସହ କଥା ହୋଇଛିନ୍ତି । ବର୍ଷାବିତ୍ପାତ ସ୍ଥିତିର ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’