Masthead

ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ହେବ ମତଦାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନକ ପରେ ଓଡ଼ିଶାରେ ଚତୁର୍ଥ ତଥା ଦେଶରେ ଶେଷ ପର୍ଯ୍ୟାୟରେ ନିର୍ବାଚନ । ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଏବଂ ୪୨ଟି ବିଧାନସଭା ଆସନରେ ହେବ ମତଦାନ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,୧୦ ହଜାର ୮୮୨ଟି ମତଦାନ କେନ୍ଦ୍ର ରହିଛି । ୧୪ଶହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ନିୟୋଜିତ ହେବେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ।ଏହା’ସହ ଭୋଟିଂବେଳେ ମୁତୟନ ରହିବେ ୧୨୫ କମ୍ପାନୀ ସିଏପି। ସବୁଥର ଭଳି ଏଥର ବି PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି।

ପୋଲିଂ ବୁଥକୁ ପ୍ରିଜାଇଡିଂ ଅଫିସରଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମୋବାଇଲ ନେଇପାରିବେ ନାହିଁ। ୨୦୧୯ରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪ ପ୍ରତିଶତ ମତଦାନ ହାର ଥିବା ନେଇ ବି ଉଋଙ ସୂଚନା ଦେଇଥିଲେ। ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଓ ୪୨ଟି ବିଧାନସଭା ଆସନରେ ନୂଆ ନେତା ବାଛିବେ ଭୋଟର । ୯୯ଲକ୍ଷ ୬୧ ହଜାର ଭୋଟର ୪୬୦ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ