ଛାତ୍ରଙ୍କୁ ମାଡ଼ ମାରି ଅଡୁଆରେ ସ୍କୁଲ ନିର୍ଦ୍ଦେଶକ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ଛାତ୍ରଙ୍କୁ ଅକଥନୀୟ ନିର୍ଯାତନା ଦେଇ ଏବେ ଅଡୁଆରେ ଆଇଡିଏମ ନିର୍ଦ୍ଦେଶକ । ବିଦ୍ୟା ମନ୍ଦିରରେ ଛାତ୍ରଙ୍କ ଉତ୍ତମ ଭବିଷ୍ୟତ ଗଢୁଥିବା ନିର୍ଦ୍ଦେଶକ ଛାତ୍ରଙ୍କୁ ମାଡମାରି ଅଭିଯୁକ୍ତ ସାଜିଛନ୍ତି । ଆଇଡିଏମ ନିର୍ଦ୍ଦେଶକ ଶଶି ଦୀକ୍ଷିତ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିବା ସହ ୩୦ ଥର ଉଠ ବସ୍ କରିଥିବା ଅଭିଯୋଗ ହୋଇଛି । ଏପରିକି ଏତେ ଜୋରରେ ପିଟି ଥିଲେ ଯେ ଛାତ୍ରଙ୍କ କାନରୁ ରକ୍ତ ବାହାରିଥିଲା । ପିଲାର ଚିକିତ୍ସା କରିବା ତ ଦୂରର କଥା ଏନେଇ ପରିବାର ଲୋକଙ୍କୁ ବି ଜଣାଇ ନଥିଲେ ।

ଏନେଇ ପୀଡ଼ିତ ପରିବାର ପକ୍ଷରୁ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରାଯାଇଛି । ଆଇପିସି ଧାରା ୩୪୧, ୩୨୩ , ୫୦୬ ଓ ଜେଜେ ଆକ୍ଟ ୨୩ରେ ସଙ୍ଗୀନ ମାମଲା ଦାୟର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଘରୋଇ ସ୍କୁଲରେ ଛାତ୍ରଙ୍କୁ ଅମାନୁଷିକ ଭାବେ ମାଡ଼ ମାରିବା ଘଟଣା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର । ସ୍କୁଲ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବା ସତ୍ତ୍ଵେ କୋମଳମତି ଛାତ୍ରଙ୍କୁ ପିଟିବା ଦୁଃଖଦାୟକ ଘଟଣା ବୋଲି ସେ କହିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ କଠୋର ପଦକ୍ଷେପ ଗ୍ରହଣ କରିବା ସହ ସମ୍ପୃକ୍ତ ସ୍କୁଲର ଆଫିଲେସନ କ୍ୟାନସଲ କରିବା ପାଇଁ କହିଛନ୍ତି ଆଇନଜୀବୀ ।

ଅନ୍ୟପଟେ ଘଟଣା ନେଇ ଚାଇଲ୍ଡ ଲାଇନ ତଦନ୍ତ ପରେ ସିଡବ୍ଲୁସିରେ ହାଜର ହୋଇଥିଲେ ପୀଡିତ ଛାତ୍ର ଓ ତାଙ୍କ ବାପା । ହେଲେ ମାଡ ମରା ଘଟଣାରେ ସତ୍ୟତା ଥିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସିଡବ୍ଲୁସି ପକ୍ଷରୁ କୁହାଯାଇଛି । ସେପଟେ ଛାତ୍ରଙ୍କୁ ମାଡ ମରା ଘଟଣା ନେଇ ଆଇଡିଏମ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ହେଲେ ଆଶ୍ଚର୍ଯାର କଥା ଜିଲ୍ଲାର ଅନେକ ଘରୋଇ ସ୍କୁଲରେ ଛାତ୍ରଙ୍କୁ ନିର୍ଯାତନା ମାମଲା ସାମନାକୁ ଆସିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ