Masthead

ଛାତ୍ରଙ୍କୁ ମାଡ଼ ମାରି ଅଡୁଆରେ ସ୍କୁଲ ନିର୍ଦ୍ଦେଶକ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ଛାତ୍ରଙ୍କୁ ଅକଥନୀୟ ନିର୍ଯାତନା ଦେଇ ଏବେ ଅଡୁଆରେ ଆଇଡିଏମ ନିର୍ଦ୍ଦେଶକ । ବିଦ୍ୟା ମନ୍ଦିରରେ ଛାତ୍ରଙ୍କ ଉତ୍ତମ ଭବିଷ୍ୟତ ଗଢୁଥିବା ନିର୍ଦ୍ଦେଶକ ଛାତ୍ରଙ୍କୁ ମାଡମାରି ଅଭିଯୁକ୍ତ ସାଜିଛନ୍ତି । ଆଇଡିଏମ ନିର୍ଦ୍ଦେଶକ ଶଶି ଦୀକ୍ଷିତ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିବା ସହ ୩୦ ଥର ଉଠ ବସ୍ କରିଥିବା ଅଭିଯୋଗ ହୋଇଛି । ଏପରିକି ଏତେ ଜୋରରେ ପିଟି ଥିଲେ ଯେ ଛାତ୍ରଙ୍କ କାନରୁ ରକ୍ତ ବାହାରିଥିଲା । ପିଲାର ଚିକିତ୍ସା କରିବା ତ ଦୂରର କଥା ଏନେଇ ପରିବାର ଲୋକଙ୍କୁ ବି ଜଣାଇ ନଥିଲେ ।

ଏନେଇ ପୀଡ଼ିତ ପରିବାର ପକ୍ଷରୁ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରାଯାଇଛି । ଆଇପିସି ଧାରା ୩୪୧, ୩୨୩ , ୫୦୬ ଓ ଜେଜେ ଆକ୍ଟ ୨୩ରେ ସଙ୍ଗୀନ ମାମଲା ଦାୟର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଘରୋଇ ସ୍କୁଲରେ ଛାତ୍ରଙ୍କୁ ଅମାନୁଷିକ ଭାବେ ମାଡ଼ ମାରିବା ଘଟଣା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର । ସ୍କୁଲ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବା ସତ୍ତ୍ଵେ କୋମଳମତି ଛାତ୍ରଙ୍କୁ ପିଟିବା ଦୁଃଖଦାୟକ ଘଟଣା ବୋଲି ସେ କହିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ କଠୋର ପଦକ୍ଷେପ ଗ୍ରହଣ କରିବା ସହ ସମ୍ପୃକ୍ତ ସ୍କୁଲର ଆଫିଲେସନ କ୍ୟାନସଲ କରିବା ପାଇଁ କହିଛନ୍ତି ଆଇନଜୀବୀ ।

ଅନ୍ୟପଟେ ଘଟଣା ନେଇ ଚାଇଲ୍ଡ ଲାଇନ ତଦନ୍ତ ପରେ ସିଡବ୍ଲୁସିରେ ହାଜର ହୋଇଥିଲେ ପୀଡିତ ଛାତ୍ର ଓ ତାଙ୍କ ବାପା । ହେଲେ ମାଡ ମରା ଘଟଣାରେ ସତ୍ୟତା ଥିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସିଡବ୍ଲୁସି ପକ୍ଷରୁ କୁହାଯାଇଛି । ସେପଟେ ଛାତ୍ରଙ୍କୁ ମାଡ ମରା ଘଟଣା ନେଇ ଆଇଡିଏମ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ହେଲେ ଆଶ୍ଚର୍ଯାର କଥା ଜିଲ୍ଲାର ଅନେକ ଘରୋଇ ସ୍କୁଲରେ ଛାତ୍ରଙ୍କୁ ନିର୍ଯାତନା ମାମଲା ସାମନାକୁ ଆସିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା