Before Header

ଆଜି ଏକାଠି ହେବେ ବିରୋଧୀ

0 19

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୦୨୪ ନର୍ବାଚନ ପୂର୍ବରୁ ମେଗା ରଣନୀତି । ଦିଲ୍ଲୀରେ ଆଜି ଡିଏମକେ ନେତା ଏମକେ ଷ୍ଟାଲିନଙ୍କ ନେୃତୃତ୍ବରେ ଏକାଠି ହେବେ ବିରୋଧୀ । ଅଲଇଣ୍ଡିଆ ଫେଡେରେସନ ଫର ସୋସିଆଲ ଜଷ୍ଟିସ ପକ୍ଷରୁ ହେଉଥିବା ସମ୍ମିଳନୀ ଅବସରରେ ବିରୋଧୀ ଦଳ ଏକାଠି ହେବେ । ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରମୁଖ ଯୋଗଦେବେ ।

ଏହାବ୍ୟତୀତ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରିୟେନ, ଆପ୍ ଏମପି ସଞ୍ଜୟ ସିଂ ଓ ବିଆରଏସ ଏମପି କେଶବ ରାଓ ଯୋଗ ଦେବାର ସମ୍ଭାବନା ରହିଛି । ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାରେ ଡିଏମକେର ଏହା ହେବ ଦ୍ବିତୀୟ ବୈଠକ ।

Leave A Reply

Your email address will not be published.