Masthead

ପେଟ୍ରୋଲ ଢାଳି ଜଳିଗଲେ ଆଇନଜୀବୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀର ପାଣ୍ଡରା ଅଞ୍ଚଳରେ ଗୁରୁବାର ରାତି ଅଧରେ ଘଟିଯାଇଛି ଏକ ଛାତିଧରା ଘଟଣା। ଜଣେ ଆଇନଜୀବୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନିଜ ଘର ଛାତରେ ଆଇନଜୀବୀ ଜଣକ ଜଳି ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଆଇନଜୀବୀ ଜଣକ କାହିଁକି ଆତ୍ମାହୁତି ଦେଲେ ସେ ସମ୍ପର୍କରେ କାରଣ କିଛି ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ଘଟଣାର  ସ୍ପଷ୍ଟତା ଜଣାପଡ଼ିବ ବୋଲି ପୁଲିସ  କହିଛି । ପୁଲିସ ଶବ ଜବତ କରି  କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

ପାଣ୍ଡରା ଛକ ଜଗନ୍ନାଥ ମନ୍ଦିର ନିକଟରେ ରହିଛି ମୃତ ଦୀପକଙ୍କ  ୪ ମହଲା ଘର । ସେ ଆଇନଜୀବୀ  ଭାବରେ କାମ କରୁଥିଲେ । ସେ  ବିବାହିତ ଓ ତାଙ୍କର ଦୁଇଟି ଝିଅ  ଅଛନ୍ତି । ଦୀପକ ରହୁଥିବା ଘରର  ଛାତ ଉପରେ ତାଙ୍କର ଏକ ଚାମ୍ବର  ରହିଛି । ଯେଉଁଠି ପ୍ରତିଦିନ ଲୋକେ  ଆସି ତାଙ୍କୁ ବିଭିନ୍ନ ମାମଲା ଲଢିବା ପାଇଁ ସହଯୋଗ ଲୋଡ଼ନ୍ତି । ଗତ  କିଛିଦିନ ହେବ ଦୀପକ କୌଣସି  କଥାକୁ ନେଇ ମାନସିକ ଚିନ୍ତାରେ  ରହୁଥିଲେ । ପରିବାର ଲୋକେ ତାଙ୍କୁ  ମାନସିକ ରୋଗ ବିଭାଗ ଡାକ୍ତରଙ୍କୁ  ଦେଖାଇଥିଲେ । ମାନସିକ ଦୁଃଶ୍ଚିନ୍ତାରୁ  ଦୂରେଇବା ପାଇଁ ଡାକ୍ତର   ତାଙ୍କୁ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ । ହେଲେ ଦୀପକ  ଔଷଧ ଖାଉନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ