Masthead

ଦୁର୍ଲଭ ପଦ୍ମ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଶ୍ରୀମୁଖରେ ପଦ୍ମ, ହାତରେ ଶ୍ରୀହସ୍ତ ପଦ୍ମ, କରରେ କଦମ୍ବ ଫୁଲର କରପଲ୍ଲଭ, ହୃଦୟରେ ହୃଦ୍‌ପଦକ, ଶ୍ରୀପୟରରେ ମାଳା, ଫୁଲର ଝୁମ୍ପା ସାଙ୍ଗକୁ ଫୁଲର ଚିତା। ଜଳାଶୟ ଭିତରେ ହଂସ ହଂସରାଳି ଖେଳ। ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଶନିବାର ରତ୍ନସିଂହାସନରେ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ବଡ଼ସିଂହାର ବେଶରେ ତିନି ଠାକୁରଙ୍କୁ ପଦ୍ମବେଶ ଲାଗି କରାଯାଇଛି। ଏହି ବେଶ ଆସନ୍ତାକାଲି ଅବକାଶ ନୀତି ପରେ ଏହି ବେଶ ଓଲାଗି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦ୍ୱାରଫିଟା ପରେ କିଛି ଘଣ୍ଟା ପାଇଁ ମହାପ୍ରଭୁଙ୍କ ଏହି ବେଶ ଦର୍ଶନର ବ୍ୟବସ୍ଥା କରାଯାଇଥିଲା ।ମାଘମାସ ଶୁକ୍ଳ ପ୍ରତିପଦାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାରରେ ମହାପ୍ରଭୁଙ୍କ ପଦ୍ମବେଶ ହୋଇଥାଏ। ବଡ଼ଛତା ମଠ ପକ୍ଷରୁ ଏହି ବେଶ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ।

ପଣ୍ଡୁ ପୂର୍ଣ୍ଣିମାରୁ ବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବେଶ ପ୍ରସ୍ତୁତି ଶେଷ ପରେ ଆଜି ଶ୍ରୀମନ୍ଦିରରେ ସଂଧ୍ୟା ଆଳତି ପରେ ବଡ଼ଛତା ମଠର ସାଧୁସନ୍ଥମାନେ ଘଣ୍ଟି, ଦୁହୁଡ଼ି ସହକାରେ ଶ୍ରୀମନ୍ଦିରକୁ ବେଶ ବିଜେ କରିଥିଲେ। ଆଜି ରାତ୍ର ଚନ୍ଦନଲାଗି ବଢ଼ିବା ପରେ ବଡ଼ସିଂହାର ନୀତିରେ ଏହି ବେଶ କରାଯାଇଥିଲା। ମହାପ୍ରଭୁଙ୍କଠାରେ ୮୦ଟି ପଦ୍ମଫୁଲ, ୮୦ଟି ଡାଳି, ୩ଟି ଶ୍ରୀମୁଖ ପଦ୍ମ, ୭ଟି ସିଂହାସନ ସହ ଗଛ, ୪ଟି ଶ୍ରୀହସ୍ତ ପଦ୍ମ କଢ଼, ୨୦ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, ୪ଟି ମଗର କୁଣ୍ଡଳ, ୨ଟି ତିଳକ, ୪ଟି ହଂସ ଲାଗି ଆଦି କରାଯାଇଥିଲା।

Image result for sri mandirଚଳିତବର୍ଷ ଶନିବାରରେ ଏହି ବେଶ ପଡ଼ୁଥିବାରୁ କଳାରଙ୍ଗର ଘୋଡ଼ ସହ ମହାପ୍ରଭୁଙ୍କ ଏହି ବେଶ ଲାଗି କରାଯାଇଛି। ସିଂଘାରୀ, ଖୁଣ୍ଟିଆ, ଚାଙ୍ଗଡ଼ା, ଗରାବଡ଼ୁ ପ୍ରମୁଖ ସେବକମାନେ ମହାପ୍ରଭୁଙ୍କ ଏହି ବେଶ କରିଥିଲେ। ବଡ଼ଛତା ମଠ ତରଫରୁ ଶ୍ରୀମନ୍ଦିର କୋଠଭୋଗ ଚୁଲିରେ ପ୍ରସ୍ତୁତ କ୍ଷୀରି ଓ ଅମାଲୁ ଠାକୁରମାନଙ୍କୁ ଭୋଗ କରାଯାଇଥିଲା ମହାପ୍ରଭୁଙ୍କ ଏହି ବେଶ ୩୦୦ରୁ ଅଧିକ ବର୍ଷ ପୁରୁଣା। ସପ୍ତଦଶ ଶତାଦ୍ଦୀର ବଡ଼ଛତା ମଠ ମହନ୍ତ ସନ୍ଥ ରଘୁବୀର ଦାସ ଏହି ବେଶର ପ୍ରବର୍ତ୍ତକ ବୋଲି କୁହାଯାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ