Masthead

ରାଜ୍ୟରେ କଲବଲ କରୁଛି ଶୀତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କଲବଲ କରୁଛି ଶୀତ। ଆସନ୍ତା ୨୪ ତାରିଖ ଯାଏ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ। ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ରହିବ । ଶନିବାର କୋରାପୁଟ, ଫୁଲବାଣୀ, ବୌଦ୍ଧ, ଭବାନୀପାଟଣା, ଝାରସୁଗୁଡ଼ା ଓ ଅନୁଗୁଳରେ ପ୍ରବଳ ଶୀତ ହୋଇପାରେ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ରାତି ତାପମାତ୍ରା ମଝିରେ ମଝିରେ ୧ରୁ ୨ ଡିଗ୍ରୀ ବଢ଼ିପାରେ ବା କମିପାରେ । ଶିଶିର ପାତ ମଧ୍ୟ ଜାରି ରହିବ । ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପତଳା କୁହୁଡ଼ି ହୋଇପାରେ । କିନ୍ତୁ ଘନ କୁହୁଡ଼ିର ଆଶଙ୍କା ନାହିଁ । ପାଗ ଶୁଖିଲା, ଖରାଟିଆ ଓ ମେଘମୁକ୍ତ ରହିବ।

ଡିସେମ୍ବର ୨୫ରେ ଭୁବନେଶ୍ୱରର ରାତି ତାପପାତ୍ରା ପ୍ରାୟ ୧୫ ଡିଗ୍ରୀ ପାଖାପାଖି ରହିବ । ୩୧ରେ ପାରଦ ୧୨ରୁ ୧୩ ଡିଗ୍ରୀ ରହିପାରେ। ଚାଷୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ତଳି ପଡ଼ିଥିବା ସ୍ଥାନରେ ରାତିରେ କଳା ପଲିଥିନ୍ ଘୋଡ଼ାନ୍ତୁ । ପନିପରିବା ତଳି ରୋଇବା ପରେ କାଗଜ ଡୁଙ୍ଗା ଟୋପି କରି ରାତିରେ ଘୋଡ଼ାନ୍ତୁ । ଖରାଦିନିଆ ଗ୍ରୀଷ୍ମପ୍ରବାହ, ଅଦିନିଆ ପାଗରୁ ରକ୍ଷା ପାଇଁ ଖରାଦିନିଆ ଧାନ ତଳି ପକାନ୍ତୁ । ବିହନକୁ ୧୨ ଘଣ୍ଟା ବତୁରାଇବା ପରେ ଏହାକୁ ଛାଣି ଅଖାରେ ଘୋଡ଼ାଇ ରଖନ୍ତୁ । ଗଜା ବାହାରିଲେ କାଦୁଅ ତଳି ଘେରାରେ ପକାନ୍ତୁ । ଗୁରୁବାର ରାଜ୍ୟର ୧୧ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ସବୁଠୁ ଥଣ୍ଡା ସ୍ଥାନ ରହିଥିଲା ଜି ଉଦୟଗିରି । ଏଠାରେ ପାରଦ ୪.୩ ଡିଗ୍ରୀ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି