ଗଗନ ଯାନ, ମଣିଷ ନୁହେଁ ଯିବ ରୋବୋଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ମହିଳା ରୋବଟ ମହାକାଶଚାରୀ- ବ୍ୟୋମିତ୍ର ମହାକାଶରେ ଉଡ଼ିବାକୁ ପ୍ରସ୍ତୁତ । ଇସ୍ରୋର ଉଚ୍ଚାଭିଳାଷୀ ‘ଗଗନୟାନ’ ମିଶନ ପୂର୍ବରୁ ବ୍ୟୋମିତ୍ରର ଏହି ମହାକାଶ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭାରତର ବହୁ ପ୍ରତିକ୍ଷୀତ ମହାକାଶଯାନ, ଗଗନଯାନ ପୂର୍ବରୁ ଏକ ମହିଳା ରୋବଟ୍ ମହାକାଶଚାରୀକୁ ପଠାଇବ ଭାରତ । ଏହି ମହିଳା ରୋବର୍ଟର ନାଁ ରହିଛି ବ୍ୟୋମିତ୍ର । ସଂସ୍କୃତ ଶବ୍ଦ ବ୍ୟୋମ୍ର ଅର୍ଥ ମହାକାଶ ଏବଂ ମିତ୍ରର ଅର୍ଥ ବନ୍ଧୁ । ଏହି ମହିଳା ରୋବଟର ନାଁ ବ୍ୟୋମିତ୍ର ଅର୍ଥ ମହାକାଶ ମିତ୍ର ରଖାଯାଇଛି ।

ଭାରତର ଗଗନଯାନ ପୂର୍ବରୁ ଚଳିତବର୍ଷ ଶେଷ ଆଡକୁ ଏହି ମହିଳା ରୋବଟକୁ ମହାକାଶ ପଠାଯିବ । ପୃଥିବୀ ବାହାରେ ସଂକଟ ସମୟରେ କେମିତି କରିବ ମୁକାବିଲା, ସଂଭାବ୍ୟ ଯାନ୍ତ୍ରିକ ତ୍ରୁଟିର ଅନୁଧ୍ୟାନ କରିବ ବ୍ୟୋମିତ୍ର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଆସନ୍ତାବର୍ଷ ଗଗନଯାନ ମହାକାଶକୁ ପଠାଇବ ଭାରତ । ତେବେ ଅପ୍ରିତିକର ସ୍ଥିତିରେ ମଣିଷ କେମିତି ମୁକାବିଲା କରିବ ତାର ଅନୁଧ୍ୟାନ କରି ସୂଚନା ଦେବ ଏହି ରୋବର୍ଟ । ଗଗନଯାନ ହେଉଛି, ମ୍ୟାନ ମିଶନ ବା’ ଏହି ମହାକାଶ ଯାତ୍ରାରେ ମହାକାଶଚାରୀ ଯାତ୍ରା କରିବେ ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଏହି ମହିଳା ରୋବୋଟିକ ମହାକାଶଚାରୀ ମଡ୍ୟୁଲ ପାରାମିଟର ଉପରେ ନଜର ରଖିବା, ଆଲର୍ଟ ଜାରି କରିବା ଏବଂ ଜୀବନ ସହାୟତା କାର୍ଯ୍ୟ ପରିଚାଳନା କରିବାର କ୍ଷମତା ସହିତ ସଜ୍ଜିତ। ଏହା ୬ଟି ପ୍ୟାନେଲ ଚଲାଇବା ଏବଂ ପ୍ରଶ୍ନର ଉତ୍ତର ଦେବା ଭଳି କାର୍ଯ୍ୟ ମଧ୍ୟ କରିପାରିବ। ଡକ୍ଟର ଜିତେନ୍ଦ୍ର ସିଂ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟୋମିତ୍ର ମହାକାଶଯାନକୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ଏହା ମହାକାଶ ପରିବେଶରେ ମାନବ କାର୍ଯ୍ୟକୁ ଅନୁକରଣ କରିପାରିବ ଏବଂ ଜୀବନ ସହାୟତା ପ୍ରଣାଳୀ ସହିତ ଯୋଗାଯୋଗ କରିପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ