Masthead

ଗଗନ ଯାନ, ମଣିଷ ନୁହେଁ ଯିବ ରୋବୋଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ମହିଳା ରୋବଟ ମହାକାଶଚାରୀ- ବ୍ୟୋମିତ୍ର ମହାକାଶରେ ଉଡ଼ିବାକୁ ପ୍ରସ୍ତୁତ । ଇସ୍ରୋର ଉଚ୍ଚାଭିଳାଷୀ ‘ଗଗନୟାନ’ ମିଶନ ପୂର୍ବରୁ ବ୍ୟୋମିତ୍ରର ଏହି ମହାକାଶ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭାରତର ବହୁ ପ୍ରତିକ୍ଷୀତ ମହାକାଶଯାନ, ଗଗନଯାନ ପୂର୍ବରୁ ଏକ ମହିଳା ରୋବଟ୍ ମହାକାଶଚାରୀକୁ ପଠାଇବ ଭାରତ । ଏହି ମହିଳା ରୋବର୍ଟର ନାଁ ରହିଛି ବ୍ୟୋମିତ୍ର । ସଂସ୍କୃତ ଶବ୍ଦ ବ୍ୟୋମ୍ର ଅର୍ଥ ମହାକାଶ ଏବଂ ମିତ୍ରର ଅର୍ଥ ବନ୍ଧୁ । ଏହି ମହିଳା ରୋବଟର ନାଁ ବ୍ୟୋମିତ୍ର ଅର୍ଥ ମହାକାଶ ମିତ୍ର ରଖାଯାଇଛି ।

ଭାରତର ଗଗନଯାନ ପୂର୍ବରୁ ଚଳିତବର୍ଷ ଶେଷ ଆଡକୁ ଏହି ମହିଳା ରୋବଟକୁ ମହାକାଶ ପଠାଯିବ । ପୃଥିବୀ ବାହାରେ ସଂକଟ ସମୟରେ କେମିତି କରିବ ମୁକାବିଲା, ସଂଭାବ୍ୟ ଯାନ୍ତ୍ରିକ ତ୍ରୁଟିର ଅନୁଧ୍ୟାନ କରିବ ବ୍ୟୋମିତ୍ର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଆସନ୍ତାବର୍ଷ ଗଗନଯାନ ମହାକାଶକୁ ପଠାଇବ ଭାରତ । ତେବେ ଅପ୍ରିତିକର ସ୍ଥିତିରେ ମଣିଷ କେମିତି ମୁକାବିଲା କରିବ ତାର ଅନୁଧ୍ୟାନ କରି ସୂଚନା ଦେବ ଏହି ରୋବର୍ଟ । ଗଗନଯାନ ହେଉଛି, ମ୍ୟାନ ମିଶନ ବା’ ଏହି ମହାକାଶ ଯାତ୍ରାରେ ମହାକାଶଚାରୀ ଯାତ୍ରା କରିବେ ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଏହି ମହିଳା ରୋବୋଟିକ ମହାକାଶଚାରୀ ମଡ୍ୟୁଲ ପାରାମିଟର ଉପରେ ନଜର ରଖିବା, ଆଲର୍ଟ ଜାରି କରିବା ଏବଂ ଜୀବନ ସହାୟତା କାର୍ଯ୍ୟ ପରିଚାଳନା କରିବାର କ୍ଷମତା ସହିତ ସଜ୍ଜିତ। ଏହା ୬ଟି ପ୍ୟାନେଲ ଚଲାଇବା ଏବଂ ପ୍ରଶ୍ନର ଉତ୍ତର ଦେବା ଭଳି କାର୍ଯ୍ୟ ମଧ୍ୟ କରିପାରିବ। ଡକ୍ଟର ଜିତେନ୍ଦ୍ର ସିଂ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟୋମିତ୍ର ମହାକାଶଯାନକୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ଏହା ମହାକାଶ ପରିବେଶରେ ମାନବ କାର୍ଯ୍ୟକୁ ଅନୁକରଣ କରିପାରିବ ଏବଂ ଜୀବନ ସହାୟତା ପ୍ରଣାଳୀ ସହିତ ଯୋଗାଯୋଗ କରିପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି