Masthead

ପୀତବାସ ପଣ୍ଡା ହତ୍ୟା, ୩ଜଣ ଅଟକ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଜଣେ ସିଆଇଏସଏଫ ଯବାନଙ୍କ ସହ ୩ଜଣ ଅଟକ । ହତ୍ୟାକାଣ୍ଡ ନେଇ ବ୍ରହ୍ମପୁର ପୋଲିସକୁ ବଡ଼ ସୁରାକ୍ ମିଳିଥିବା ସୂଚନା । ଜର୍ଭ ବାରାକରେ ଚାଲିଛି ପଚରାଉଚରା  ।  ଦିଗପହଣ୍ଡି, ହିଞ୍ଜିଳି ଅଞ୍ଚଳର ଯୁବକଙ୍କୁ ଜେରା କରାଯାଉଛି  ।  କିଛି ଟୋଲଗେଟରେ ବି ପୁଲିସ ଛାନଭିନ ଚଳାଇଥିବା ଜଣାପଡିଛି  ।  ପୁଲିସ ହାତରେ ଲାଗିଛି ୨ଟି ଦାମୀ କାର  ।  ୪ ଦିନ ତଳେ ଘରକୁ ଫେରୁଥିବା ବେଳେ ପଏଣ୍ଟ୍ ବ୍ଲାଙ୍କରେ ଗୁଳି କରି ଚମ୍ପଟ ମାରିଥିଲେ ୨ ଜଣ ଦୁର୍ବୃତ୍ତ ।

ବିଜେପି ନେତା ପୀତବାସ ପଣ୍ଡାଙ୍କୁ ସୋମବାର ଗୁଳିକରି ହତ୍ୟା କରାଯାଇଥିଲା । ରାତି ପ୍ରାୟ ୧୦ଟାରେ ନିଜ ଘର ପାଖ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଠିଆ ହୋଇଥିଲେ ପୀତବାସ। ଏହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଚମ୍ପଟ୍ ମାରିଥିଲେ  । ସେଇଠି ହିଁ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ ପୀତବାସ  । ବ୍ରହ୍ମପୁର ଏମକେସିଜିରେ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ବେଳେ ୯ ଏମଏମ୍ ଗୁଳି ପୀତବାସଙ୍କ ମେରୁଦଣ୍ଡ ନିକଟରୁ ବାହାରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା