Masthead

ମଦ ଦୁର୍ନୀତି କେବଳ ଟ୍ରେଲର, ପ୍ରକୃତ ଘୋଟାଲା ଏପର୍ଯ୍ୟନ୍ତ ଆସି ନାହିଁ: କପିଲ ମିଶ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଅରବିନ୍ଦ କେଜରିୱାଲଙ୍କ ଉପରେ ବର୍ଷିଲେ ଭାଜପା ନେତା କପିଲ ମିଶ୍ର । ଦିଲ୍ଲୀ ଅବକାରୀ ନୀତି ପ୍ରସଙ୍ଗରେ କିଛି ଦିନ ହେବ ଦିଲ୍ଲୀରେ ଚାଲିଥିବା ଉତ୍ତେଜନା ଥମିବାର ଲାଗୁନାହିଁ। ଯାହାକୁ ନେଇ ଭାଜପା ନେତା କପିଲ ମିଶ୍ର ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଉପରେ ବର୍ଷିଛନ୍ତି । କେଜ୍‌ରିୱାଲ ଏବଂ ଉପମୁଖମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଚେତାବନୀ ଦେଇ କହିଛନ୍ତି, ମଦ ଦୁର୍ନୀତି କେବଳ ଟ୍ରେଲର। ପ୍ରକୃତ ଘୋଟାଲା ଏପର୍ଯ୍ୟନ୍ତ ଆସି ନାହିଁ, ଯେଉଁ ଦିନ ତାହା ସାମ୍ନାକୁ ଆସିବ, କେଜ୍‌ରିୱାଲ ଏବଂ ସିସୋଦିଆ ଆଖି ମିଶାଇ ଚାଲିପାରିବେନାହିଁ।

କପିଲ ଟୁଇଟରେ ଲେଖିଛନ୍ତି, ମନୀଷ ସିସୋଦିଆଙ୍କ ମଦ ଦୁର୍ନୀତି ସାମ୍ନାକୁ ଆସିଛି। ଯେଉଁ ଦିନ ଶିକ୍ଷା ନାଁରେ ଛୋଟ ପିଲାଙ୍କ ଟଙ୍କା ନେଇଥିବା କଥା ସାମ୍ନାକୁ ଆସିବ ସେଦିନ କେଜ୍‌ରିୱାଲ ଏବଂ ମନୀଷ ସିସୋଦିଆ ଆଖି ମିଶାଇ ଚାଲିପାରିବେ ନାହିଁ। ଗୋଟିଏ ଦିନ ପୂର୍ବରୁ କପିଲ ମିଶ୍ର ଟୁଇଟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଭଳି ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କ ନିକଟକୁ ତୁରନ୍ତ ତାଙ୍କ କ୍ୟାବିନେଟରୁ ହଟାଇବା ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା