Masthead

ଇରମ୍ ପାଇଁ ବଳିଦାନ ଦେଇଥିବା ବିପ୍ଳବୀ ଚିର ସ୍ମରଣୀୟ, ଚିର ଅମର

ଭଦ୍ରକ (ବଡ଼ କବର ବ୍ୟୁରୋ): ରକ୍ତତୀର୍ଥ ଇରମ୍ । ଭଦ୍ରକ ଜିଲ୍ଲାର ଏହି ସ୍ଥାନ ପ୍ରତିଟି ଓଡ଼ିଆଙ୍କ ପାଇଁ ପାଲଟିଛି ତୀର୍ଥ କ୍ଷେତ୍ର । ଏହାର ମାଟି, ଗୋଡି ଓ ପାଣି ପବନ ବଖାଣୁଛି ସ୍ୱାଧୀନତାର ବାର୍ତ୍ତା । କହୁଛି ବିପ୍ଲବର କାହାଣୀ । ୧୯୪୨ ମସିହା ଆଜିର ଦିନରେ ମାହାତ୍ମା ଗାନ୍ଧି କି ଜୟ, ବିଦେଶୀ ଶାସନ ଧ୍ୱଂସ ହେଉ, ବନ୍ଦେ ମାତରମ ଧ୍ୱନୀରେ କମ୍ପିଥିଲା ସମଗ୍ର ଇରମ । ଆଉ ଏହାପରେ ଯାହା ହେଲା ଭାରତ ଇତିହାସରେ ଯୋଡି ହୋଇଗଲା ଇଂରେଜଙ୍କ ବର୍ବରତାର ଆଉ ଏକ ଫର୍ଦ୍ଦ । ଇରମର ସ୍ୱାଧୀନତା ସଂଗ୍ରାମୀଙ୍କ ନିଷ୍ଠାପର ସଂଗ୍ରାମ ଏବେ ମଧ୍ୟ ଅଭୁଲା । ୧୯୪୨ ସେପ୍ଟେମ୍ବର ୨୮ । ଗର୍ଜି ଉଠିଲା ଇଂରେଜ ସିପାହୀଙ୍କ ବନ୍ଧୁକ । ଚାହୁଁ ଚାହୁଁ ହେଲା ଗୁଳି ବର୍ଷା ।

ଟଳି ପଡିଲେ ୨୮ ଜଣ ସଂଗ୍ରାମୀ । ଗୁଳି ବିଦ୍ଧ ହୋଇ ଗୁରୁତର ହେଲେ ଆଉ ୫୬ । ତତକାଳୀନ ବାଲେଶ୍ୱର ଅଧୁନା ଭଦ୍ରକର ଇରମ ପଡିଆ ମଣିଷ ରକ୍ତରେ ଲାଲ୍ ହୋଇଗଲା । କ୍ଷମତା, ସମ୍ପତ୍ତି କିମ୍ବା କୌଣସି ବ୍ୟକ୍ତିଗତ ଫାଇଦା ପାଇଁ ଇରମ ପଡିଆରେ ଏକାଠି ହୋଇନଥିଲେ ବିପ୍ଲବୀ । ଦେଶକୁ ସ୍ୱାଧୀନ କରିବା ପାଇଁ ମାହାତ୍ମା ଗାନ୍ଧିଙ୍କ ଡାକରାରେ ସେମାନେ ଏକାଠି ହୋଇଥିଲେ । ମହାତ୍ମା ଗାନ୍ଧିକି ଜୟ, ବନ୍ଦେ ମାତରମ, ବିଦେଶୀ ଶାସନ ଧ୍ୱଂସ ହେଉ ନାରା ଦେଉଥିବା ବେଳେ ସେଠାରେ ପହଂଚି ଥିଲେ ଶତାଧ୍ଚଳ ଇଂରେଜ ସିପାହୀ । ସମସ୍ତଙ୍କ ହାତରେ ଥିଲା ବନ୍ଧୁକ । ନିରସ୍ତ୍ର ବିପ୍ଲବୀଙ୍କ ଉପରକୁ ଆଖି ବୁଜା ଗୁଳି ଚାଳନା କରିଥିଲେ ।

ଟଳି ପଡିଥିଲେ ପରିବେୱାଙ୍କ ସମେତ ଗୋପାଳ ଚରଣ ଦାସ, ବିଶ୍ୱନାଥ ଦାସ, ବିଜୁଳି ଦାସ, ହୃଷିକେଶ ବେହେରା, ମଦନ ପଲାଇ, ବଲ୍ଲଭ ବେହେରା, ମାଘ ମହାଳିକ, ରୁଆ ମାଝୀ, କାଳି ମାଝୀ, ରାଧୁ ମାହାଳିକ, ଧୃବ ଚରଣ ଦେ, ବାସୁଦେବ ସାହୁ, ହରି ବେହେରା, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ମଣି ବେହେରା, ନିଧି ମଳିକ, ବୃନ୍ଦାବନ ପଣ୍ଡା, ଭାବନ ରାଉତ, ଶଙ୍କର ମଳିକ, ଦିବାକର ପାଣିଗ୍ରାହୀ, ଉପ ମଳିକ, ରାମ ମାଝୀ, କୃପାସିନ୍ଧୁ ବେହେରା, ଜଟି ସାହୁ,ତ୍ତରତ୍ନାକର ପାଣି, ମଣି ପ୍ରଧାନ, ପରି ଦାସ ଓ ଗୋବିନ୍ଦ ରାଉତ ଘଟଣାସ୍ଥଳରେ ଏହି ସଂଗ୍ରାମୀମାନେ ଆଖି ବୁଜି ଥିବା ବେଳେ ଗୁଳି ବିଦ୍ଧ ହୋଇ ଅନେକ ଲୁଚିଛପି ଚିକିତ୍ସିତ ହେଉଥିଲେ । ଉପଯୁକ୍ତ ଚିକିତ୍ସା ଅଭାବରୁ ଗୁରୁତରଙ୍କ ମଧ୍ୟରୁ ଅନେକ ମଧ୍ୟ ପରପାରିକୁ ଚାଲିଗଲେ । ଚୀର ସ୍ମରଣୀୟ ଏହି ବିପ୍ଲବୀ ମାନଙ୍କ ବଳିଦାନ ବୃଥା ଯାଇନି । ଦେଶ ସ୍ୱାଧୀନ ହୋଇଛି ଆଉ ସେମାନେ ଚୀର ଦିନ ଲାଗି ଅମର ହୋଇ ରହିଛନ୍ତି ।

ଗାନ୍ଧିଜୀଙ୍କ ଭାରତ ଛାଡ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ସମଗ୍ର ଦେଶରେ ସଫଳ କରିବା ପାଇଁ ଶପଥ ନେଇଥିଲେ ଶହ ଶହ ସଂଗ୍ରାମୀ । ଇରମ ମେଳଣ ପଡିଆରେ ଆୟୋଜିତ ହୋଇଥିଲା ସଂଗ୍ରାମୀ ମାନଙ୍କ ମେଳି । ସେଠାରେ ସମସ୍ତେ ଶପଥ ନେଇଥିଲେ, ଇଂରେଜ ଶାସନ ହଟିବ, ଭାରତ ସ୍ୱାଧୀନ ହେବ ଆଉ ଫେରିବ ସ୍ୱରାଜ୍ୟ । ସଂଗ୍ରାମୀମାନେ ମାହାତ୍ମା ଗାନ୍ଧି କି ଜୟ, ବିଦେଶୀ ଶାସନ ଧ୍ୱଂସ ହେଉ, ବନ୍ଦେ ମାତରମ ଧ୍ୱନୀ ଦେଉଥିବା ବେଳେ ଇଂରେଜମାନେ ସେଠାରେ ପହଂଚି ଯାଇଥିଲେ । ନିରସ୍ତ୍ର ଜନତାଙ୍କ ଉପରକୁ ଚଳଇଥିଲା ଗୁଳି । ରକ୍ତ ରଞ୍ଜିତ ଇରମର ୮୧ ତମ ସ୍ମୃତି ଦିବସରେ ଅତିତର ସେହି ଅପାସୋରା ସ୍ମୃତି ଆଜିବି ଜୀବନ୍ତ ଆଉ ସତେଜ । ଦେଶବାସୀ ଇରମର ସ୍ୱାଧୀନତା ସଂଗ୍ରାମୀଙ୍କ ନିଷ୍ଠାପର ସଂଗ୍ରାମକୁ ମନେ ପକାଇ ଜଶସ୍ୱୀ ଓଡ଼ିଆଙ୍କ ଗୁଣଗାନ କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼