Masthead

ଜାତୀୟ ହାରଠୁ ପଛରେ ଓଡ଼ିଶା

ନୂଆଦିଲ୍ଲୀ /ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ସାକ୍ଷରତା ଦିବସ । ଏହି ଅବସରରେ ଗତକାଲି ଜାତୀୟ ପରିସଂଖ୍ୟନ କାର୍ଯ୍ୟାଳୟ ପକ୍ଷରୁ ଦେଶର ସାକ୍ଷରତା ହାର ରିପୋର୍ଟ ପ୍ରକାଶିତ ହୋଇଛି । ୯୬.୨ ପ୍ରତିଶତ ସହ ସାକ୍ଷର ତାଲିକାରେ ପ୍ରଥମରେ ରହିଛି କେରଳ । କେରଳ ପଛକୁ ୮୮.୭ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଉତ୍ତରାଖଣ୍ଡରେ ସାକ୍ଷରତା ହାର ୮୭.୬ %, ହିମାଚଳ ପ୍ରଦେଶରେ ୮୬.୬% ଓ ଆସାମରେ ୮୫.୯% ନାଗରିକ ସାକ୍ଷର ଅଟନ୍ତି । ତେବେ ଦେଶର ସାକ୍ଷରତା ହାର ହେଉଛି ୭୭.୭ ପ୍ରତିଶତ । ଓଡ଼ିଶାର ପ୍ରଦର୍ଶନ ଜାତୀୟ ହାରଠାରୁ ଖରାପ ରହିଛି । ଆମ ରାଜ୍ୟର ସାକ୍ଷରତା ହାର ରହିଛି ୭୭.୩% । ଅର୍ଥାତ୍ ଓଡ଼ିଶାରେ ଶହେରେ ପ୍ରାୟ ୭୭ ଜଣ ସାକ୍ଷର ଥିବା ବେଳେ ୨୩ ଜଣ ନିରକ୍ଷର । ଏହି ସଂଖ୍ୟା ସହ ତାଲିକାର ଦ୍ୱାଦଶ ସ୍ଥାନରେ ଓଡ଼ିଶା ରହିଛି । ତାଲିକାରେ ସବୁଠୁ ତଳେ ରହିଛି ଆନ୍ଧ୍ରପ୍ରଦେଶ । ଆନ୍ଧ୍ରରେ ସାକ୍ଷରତା ହାର ମାତ୍ର ୬୬.୪% । ବିହାରରେ ହାର ୬୯.୭%, ତେଲେଙ୍ଗାନାରେ ୭୨.୮%, ଉତ୍ତରପ୍ରଦେଶରେ ୭୩% ଓ ମଧ୍ୟପ୍ରଦେଶରେ ୭୩.୭% ରହିଛି । ଦେଶର ସହରାଞ୍ଚଳରେ ୮୭.୭% ସାକ୍ଷର ଥିବା ବେଳେ ଗ୍ରାମାଞ୍ଚଳରେ ଏହା ମାତ୍ର ୭୩.୫% । ପୁରୁଷ ସାକ୍ଷର ୮୪.୭% ଥିବାବେଳେ ମହିଳା ସାକ୍ଷରତା ହାର ଦେଶରେ ମାତ୍ର ୭୦.୩% । ଜୁଲାଇ ୨୦୧୭ରୁ ଜୁନ୍ ୨୦୧୮ ମଧ୍ୟରେ ସାରା ଦେଶରୁ ହୋଇଥିବା ସାମ୍ପଲ ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା