Masthead

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଆଉଟସୋର୍ସିଂ ନର୍ସିଂ ସଙ୍ଘ

ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲର ନିୟମିତ ନର୍ସ ଚାକିରି କରୁଥିବା ୧୯ ଜଣ ନର୍ସିଂ କର୍ମଚାରୀ ଗତ ୨୫ ତାରିଖରୁ ୧୦ ଦଫା ଦାବି ପୂରଣ ନେଇ ଭୁବନେଶ୍ୱର ରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏହି ସମୟରେ ସେମାନେ ଆଉଟସୋର୍ସିଂ ନର୍ସିଂ କର୍ମଚାରୀଙ୍କ ବିରୁଦ୍ଧରେ କିଛି ଅଭିଯୋଗ ଆଣିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ନିୟମିତ ନର୍ସିଂ ଏବଂ ଆଉଟସୋର୍ସିଂ ନର୍ସିଂ କର୍ମଚାରୀ ମଧ୍ୟରେ ବିବାଦ ଦେଖାଦେଇଛି। ଆଗକୁ ଏହି ବିବାଦ ବଢିବା ସମ୍ଭାବନା ରହିଛି।

ବିବାଦ ବଢ଼ିଲେ ରୋଗୀ ସେବା ଗୁରୁତର ପ୍ରଭାବିତ ହେବା ଆଶଙ୍କା ରହିଛି। ଏହାପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ଭଞ୍ଜନଗର ମେଡିକାଲରେ ଆଉଟସୋର୍ସିଂ ମାଧ୍ୟମରେ କାମ କରୁଥିବା ନର୍ସମାନେ ମେଡିକାଲ୍ ଅଧୀକ୍ଷକଙ୍କୁ ଶନିବାର ଭେଟି ସମସ୍ୟା ସମ୍ପର୍କରେ ମୌଖିକ ଭାବେ ଅବଗତ କରାଇଛନ୍ତି। ସମସ୍ୟାର ସମାଧାନ ନହେଲେ ଆମେ ମଧ୍ୟ ଆନ୍ଦୋଳନକୁ ଓଲ୍ହାଇବୁ ବୋଲି ଆଉଟସୋର୍ସିଂ ନର୍ସିଂ ସଂଘ ଭଞ୍ଜନଗର ଶାଖାର କର୍ମକର୍ତ୍ତା ସଙ୍ଗୀତା ମିଶ୍ର ଏଠାରେ ସୂଚନା ଦେଇଛନ୍ତି।

ଆସନ୍ତା ୩୦ ତାରିଖରେ ଭଞ୍ଜନଗର ମେଡ଼ିକାଲର କିଛି ଆଉଟସୋର୍ସିଂ ନର୍ସିଂ କର୍ମଚାରୀଙ୍କୁ ସରକାର ଛଟେଇ କରିବା ପାଇଁ ନିଦେ୍ର୍ଦଶ ଦେଇଛି। ଅନ୍ୟପଟେ ନିୟମିତ କର୍ମଚାରୀମାନେ ଆନ୍ଦୋଳନରେ ଅଛନ୍ତି। ଯଦି ଉଭୟ କର୍ମଚାରୀଙ୍କ ସମସ୍ୟାକୁ ସରକାର ଦୁଇଦିନ ମଧ୍ୟରେ ସମାଧାନ ନକରନ୍ତି ତେବେ ଭଞ୍ଜନଗର ମେଡ଼ିକାଲରେ ରୋଗୀ ସେବା ଗୁରୁତର ବ୍ୟାହତ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ମେଡ଼ିକାଲର ଜଣେ ଅଧିକାରୀ ଏଠାରେ କହିଛନ୍ତି ଯେ ଆନ୍ଦୋଳନକୁ ଦେଖି ବିକଳ୍ପ ବ୍ୟବସ୍ଥା କରାଯାଇଛି। ରୋଗୀ ସେବାରେ କୌଣସି ସମସ୍ୟା ହେବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି