Masthead

‘ଦେଶରେ ମହିଳାଙ୍କ ସୁରକ୍ଷାର କେତେବେଳେ ଗ୍ୟାରେଂଟି ମିଳିବ’: କଂଗ୍ରେସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ରାହୁଲ, ସ୍ମୃତିଙ୍କ ପରେ ଆସିଲେ ଅମିତ ଶାହ । ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଲା ବିତର୍କ । ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ଶାହ । ଦେଶରେ ମହିଳା ସୁରକ୍ଷାର ଗ୍ୟାରେଂଟିକୁ ନେଇ ପ୍ରଶ୍ନ କଲେ ବିରୋଧୀ । କ’ଣ ରଖିଲେ ମତ, ଜାଣିବା ଏହି ରିପୋର୍ଟରୁ । ସଂସଦରେ ଚାଲିଛି ମହାବିତର୍କ । ଅନାସ୍ଥାକୁ ନେଇ ରାହୁଲ ଓ ସ୍ମୃତିଙ୍କ କଥା କଟାକଟି ହୋଇଥିଲା ।

ପରେ ଗୃହରେ ଅଭିଭାଷଣ ରଖିଥିଲେ ଅମିତ ଶାହ । କରାଯାଇଥିଲା ଆରୋପ ପ୍ରତ୍ୟାରୋପ । ତାଙ୍କର ବିବୃତି ପରେ କଂଗ୍ରେସ ସାଂସଦ ପ୍ରଶ୍ନ କରିଥିଲେ । ଦେଶବାସୀଙ୍କ ପ୍ରଶ୍ନର ଉତ୍ତର ଶାହ ଦେଇନାହାନ୍ତି ବୋଲି କହିଥିଲେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ । ଦେଶରେ ମହିଳାଙ୍କ ସୁରକ୍ଷାର କେତେବେଳେ ଗ୍ୟାରେଂଟି ମିଳିବ ସେ ନେଇ ପ୍ରଶ୍ନ କରିଛନ୍ତି ଏହି କଂଗ୍ରେସ ସାଂସଦ ।

କଂଗ୍ରେସ ସାଂସଦ ଗୌରବ ଗୋଗେଇ କହିଛନ୍ତି , “ସମଗ୍ର ଦେଶ ଜାଣନ୍ତି ଯେ ମଣିପୁର ସିଏମ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି ଏବଂ ତାଙ୍କର ବିଫଳତା ହେତୁ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଘଟିଛି ଏବଂ ପିଲାମାନେ ରିଲିଫ କ୍ୟାମ୍ପରେ ରହୁଛନ୍ତି। ଏସବୁ ପରେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା ମଣିପୁର ସିଏମଙ୍କୁ ଏକ ସ୍ୱଚ୍ଛ ଚିଟ୍ ଦେଇଛନ୍ତି। ଦେଶର ଲୋକମାନେ ଦାବି କରିଛନ୍ତି ଯେ ସିଏମଙ୍କୁ ବରଖାସ୍ତ କରାଯାଉ। “

ସେପଟେ ବିଜେପି ପକ୍ଷରୁ ଆରପି ସିଂ କହିଛନ୍ତି ଯେ, ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆଣିବାର ପ୍ରକୃତ କାରଣ ତାହା ଜଣା ପଡିନାହିଁ । ଇଣ୍ଡିଆ ଆଲାଏନ୍ସର ସଦସ୍ୟମାନେ ମଣିପୁର ପ୍ରସଙ୍ଗକୁ ବ୍ୟବହାର କରି ରାଜନୀତି କରୁଥିବା କହି ପ୍ରତିକ୍ରିୟା ଦେଇଛନ୍ତି ଆରପି ସିଂ । ସଂସଦର ମହାବିତର୍କରେ ଆଟାକ୍ କାଉଂଟର ଆଟାକ ଭିତରେ ସରଗରମ ହେଉଛି ଗୃହ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼