Masthead

ସାଂସଦଙ୍କ ହାଣ୍ଡିଆ ବାର୍ତ୍ତା

ପାଲଲହଡ଼ା, (ବଡ଼ ଖବର ବ୍ୟୁରୋ): ଅକ୍ଟୋବର ୨୩ରେ ଢେଙ୍କାନାଳ ସାଂସଦ ମହେଶ ସାହୁ ପାଲଲହଡ଼ ବ୍ଲକ ପେଣ୍ଡରାଵସାସ୍ଥିତ ନିଜ ଵାସଭବନରେ ସ୍ଥାନୀୟ ଅସହାୟ ଓ ଦିବ୍ୟାଙ୍ଗମାନଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଥିଲେ। ୨୨କେଜି ଓଜନର ଖାଦ୍ୟ ସାମଗ୍ରୀ ଥିଲା । ଖାଦ୍ୟ ପୁଡ଼ିଆ ୩ମାସ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ପୁଡ଼ିଆ ତୁଳନାରେ ଲୋକଙ୍କ ସଂଖ୍ୟା ଅଧିକ ଥିଲା । ଫେରିଯାଇଥିବା ଲୋକଙ୍କୁ ଆସନ୍ତା ୩୦ରେ ପୁଡ଼ିଆ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ । ଲୋକେ ପାଇଥିବା ପୁଡ଼ିଆ ଭିତରେ ଥିବା ଚାଉଳ ଏବଂ ଚୁଡ଼ା ଵିଣ୍ଡା ହୋଇଯାଇଥିଲା । ଲୋକେ ଏନେଇ ସାଂସଦଙ୍କୁ ଜଣାଇଥିଲେ । ଖରାପ ଚାଉଳରୁ କିପରି ହାଣ୍ଡିଆ ବନାହେବ ସେ ସମ୍ପର୍କରେ ବୁଝାଇଥିଲେ ମହେଶ । ହାଣ୍ଡିଆ ଜ୍ଞାନ ଦେଉଥିବା ସମୟର ଭିଡିଓ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯାହାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ପଛୁଆ ଇଲାକାର ଲୋକଙ୍କୁ ସାଂସଦ ଉପହାସ କରୁଥିବା ନେଇ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ