Masthead

କରଞ୍ଜିଆରେ ମାତିଛନ୍ତି ଲୁଟେରା

କରଞ୍ଜିଆ, (ବଡ଼ ଖବର ବ୍ୟୁରୋ): ଲୁଟେରାଙ୍କ ହବ୍ ପାଲଟିଛି କରଞ୍ଜିଆ। ଦିନକୁ ଦିନ ସହରରେ ବଢ଼ିବାରେ ଲାଗିଛି ଲୁଟେରାଙ୍କ ଉତ୍ପାତ। ଶୁକ୍ରବାର ଦିନ ଦ୍ୱିପ୍ରହରରେ ହୋଇଛି ଲୁଟ୍। ସମୟ ଅପରାହ୍ନ ଗୋଟାଏ ହେବ। ମହିଳାଙ୍କଠୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। କରଞ୍ଜିଆ ଥାନା ମିରିଗିନେଣ୍ଡି ଗାଁର ଯନ୍ତ୍ରୀ ନାଏକ ହୋଇଛନ୍ତି ଲୁଟର ଶିକାର। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଯନ୍ତ୍ରୀ।

କରଞ୍ଜିଆ ଷ୍ଟେଟ ବ୍ୟାଙ୍କକୁ ଋଣ କରିବା ପାଇଁ ଅଳଙ୍କାର ନେଇ ଯନ୍ତ୍ରୀ ବ୍ୟାଙ୍କକୁ ଆସିଥିଲେ। ସଙ୍ଗୀତ ମହାବିଦ୍ୟାଳୟ ନିକଟରେ ପଛପଟୁ ଦୁଇଜଣ ଯୁବକ ଏକ ପଲସର ବାଇକରେ ଆସି ଆଖିପୁଛୁଳାକେ ତାଙ୍କ ବ୍ୟାଗ ଝାମ୍ପି ନେଇଥିଲେ। ଅଳଙ୍କାର ସମେତ ବ୍ୟାଗରେ ଅନାନ୍ୟ ଜରୁରୀ କାଗଜପତ୍ର ମଧ୍ୟ ଥିଲା। ବ୍ୟାଗ ଝାମ୍ପିବା ସମୟରେ ତଳେ ପଡ଼ିଯାଇଥିଲେ ଯନ୍ତ୍ରୀ। ତାଙ୍କ ଗୋଡ଼ ହାତ ଖଣ୍ଡିଆ ଖାବରା ହୋଇଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ ଚଳାଇଛି। ଗତ କିଛିଦିନ ହେବ ଅଞ୍ଚଳରେ ଏଭଳି ଲୁଟପାଟ ଚାଲିଥିବା ଥାନାରେ ଅଭିଯୋଗ ହେଉଛି। ଗତ ୨୯ରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅଞ୍ଚଳରୁ ଜଣକୁ ଗିରଫ କରାଯାଇଥିଲା। ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା