Masthead

ଟ୍ରେନ ଟ୍ରାକରୁ ମିଳିଲା ପ୍ରେମ ଚିଠି, ହେଲେ ମିଳିଲାନି ଠିକଣା

ସୋର (ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ୍ ଟ୍ରାଜେଡି ଭାଙ୍ଗି ଦେଇଛି ଅନେକଙ୍କ ସ୍ୱପ୍ନର ତାଜମହଲ । ଉଜାଡି ଦେଇଛି ହସଖୁସିର ସଂସାର । ଭାଇଠୁ ଛଡାଇନେଇ ଭାଇକୁ । ମାଆ କୋଳରୁ ପୁଅକୁ । ଦୁର୍ଘଟଣାର ୩ ଦିନ ପରେ ରେଳ ଟ୍ରାକରୁ ମିଳିଛି ପ୍ରେମର ଶେଷ ସନ୍ତକ ଲଭ ଲେଟର । କରମଣ୍ଡଳ ଭାଙ୍ଗି ଦେଇଛି ସ୍ୱପ୍ନର ତାଜମହଲ । ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହୋଇଥିଲା ଯାତ୍ରୀଙ୍କ ଅନେକ ଜିନିଷ । ସେଥିରେ ଥିଲା ଏକ ଚିଠି । କରମଣ୍ଡଳ ଦୁର୍ଘଟଣାର ୩ଦିନ ପରେ ରେଳ ଧାରଣା ନିକଟରୁ ପ୍ରେମର ପ୍ରେମର ଶେଷ ସନ୍ତକ ଚିଠି ମିଳିବା ପରେ ଉଦ୍ଧାରକାରୀ ଦଳ ଚକିତ ହୋଇପଡିଥିଲେ । ଗୋଟିଏ ଚିଠି, ଯେଉଁଥିରେ ଲେଖା ହୋଇଛି ଜଣେ ପ୍ରେମିକର ମନର କଥା । ଯେଉଁଥିରେ ରହିଛି ହୃଦୟର ଅକୁହା କାହାଣୀ । ମନର ବ୍ୟଥା ।

ଭଲ ପାଇବାର ପରିଭାଷା । ପ୍ରେମର ସାରେଗାମା । ମନର ମଣିଷ ପାଇଁ ସେ ଲେଖିଥିଲେ ଅନେକ କଥା । ଯାହା ଏହି ଦୁର୍ଘଟଣା ସହିତ କେଉଁଆଡେ ମିଳେଇ ଯାଇଛି । ଟ୍ରେନ ଟ୍ରାକରୁ ମିଳିଥିବା ଡାଏରୀ ଲେଖାଯାଇଛି ଆଇ ଲଭ୍ ୟୁ । ବଙ୍ଗଳା ଭାଷାରେ ଲେଖା ହୋଇଛି କିଛି ପଂକ୍ତି । ପ୍ରେମ ଚିଠି ତ ମିଳିଲା । ମିଳିନାହାନ୍ତି ଚିଠିର ଲେଖକ । । ଏତେ ବଡ ଦୁର୍ଘଟଣା ପରେ ସେ କେଉଁଠି ଏବଂ କେମିତି ଅଛନ୍ତି, ତାହା ବି ଜଣା ନାହିଁ ଏମିତିକି ଚିଠିରେ ମନର କଥା ଲେଖିଥିବା ବ୍ୟକ୍ତିଜଣକ ଏବେ ଜୀବିତ ନା ମୃତ ତାହା ବି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏ ଚିଠି ଖୋଜି ବୁଲୁଛି ଅସଲ ଠିକଣା । ହଜିଯାଇଛି ମଣିଷ । କିନ୍ତୁ ହଜିନି ତା’ ମନର ଭଲପାଇବା । ନା ହଜିଛି ପ୍ରେମର ସ୍ମୃତି ନା ସନ୍ତକ । ଏବେ ଏ ଚିଠି ଆଉ ଏହାର ପ୍ରତିଟି ଶବ୍ଦ ତା’ର ଠିକଣା ଖୋଜୁଛି । କିଏ ଏ ଚିଠିର ମାଲିକ? କାହା ମନର କଥା ଏବେ ଟ୍ରାକରେ ପଡି ରହିଛି?

ଲେଖାରୁ ମନେ ହେଉଛି କେହି ଜଣେ ଏ ଚିଠି ଆଉ ଏଥିରେ ଲେଖାଥିବା କବିତା ଟ୍ରେନ ଯାତ୍ରା କରିବା ବେଳେ ଲେଖିଛନ୍ତି ।ଏହି ଡାଏରୀରେ ଗୋଟିଏ ପୃଷ୍ଠାରେ ଗୋଲାପର ଏକ ସୁନ୍ଦର ଚିତ୍ର ସହିତ ଅଙ୍କା ହୋଇଛି ହୃଦୟର ଏକ ଚିତ୍ର । ଆଉ ତା’ଭିତରେ ତୀରଚିହ୍ନ ଦେଇ ଲେଖା ହୋଇଛି ଆଇ ଲଭ ୟୁ । ଡାଏରୀର ଉପରେ ବଙ୍ଗଳା ଭାଷାରେ ଲେଖା ଅଛି କିଛିଟା କବିତା: ‘ଅଳ୍ପୋ ଅଳ୍ପୋ ମେଘା ଥାକେ, ହାଲକା ବ୍ରିଷ୍ଟି ହୋଏ, ଛୋଟା ଛୋଟା ଗୋଲପୋ ଥାକେ ଭାଲୋବାସା ସୃଷ୍ଟି ହୋଏ’ ‘ଭାଲୋବେଶୀ ତୋକେ ଚାଇ ସାରାଖୋନ, ଅଚିସ ତୁଇ ମୋନେର ସାଥେ’ । ଏମିତି ଏକ କବିତାରେ କେହି ଜଣେ ନିଜର ମନର ଭାଷାକୁ କାଗଜରେ ଲେଖି ଦେଇଛନ୍ତି । କିନ୍ତୁ କୌଣସି ସ୍ଥାନରେ ପ୍ରେମୀ ଯୁଗଳଙ୍କ ନାଁ ଲେଖ ହୋଇନି କିମ୍ବା ନାହିଁ କାହାର ଠିକଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ