Masthead

‘ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩ ମାସ ମନ୍‌ କୀ ବାତ୍‌ ବନ୍ଦ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩ ମାସ ମନ୍‌ କୀ ବାତ୍‌ ବନ୍ଦ ରହିବ । ୧୧୦ତମ ମନ୍‌ କୀ ବାତ୍‌ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ‘ମାର୍ଚ୍ଚରୁ ନିର୍ବାଚନ ଆଚରଣବିଧି ଲାଗୁ ହେବ, ତେଣୁ ବନ୍ଦ ରହିବ । ‘୧୧୧ତମ ଏପିସୋଡ୍‌ ୩ ମାସ ପରେ ଶୁଭାରମ୍ଭ ହୋଇପାରେ । ଏହି ସମୟରେ ମନ୍‌ କୀ ବାତ୍‌ର ଛୋଟ ଭିଡିଓ କରି ସେୟାର କରନ୍ତୁ । ୟୁଟ୍ୟୁବ ସର୍ଟ ଜରିଆରେ ଅଧିକରୁ ଅଧିକ ସେୟାର କରନ୍ତୁ ।

‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି,’ ଆଜି ଭାରତର ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି। ଆଜି ପ୍ରତ୍ୟେକ ଗ୍ରାମରେ ଡ୍ରୋନ୍‌ ଦିଦି ଉପରେ ଆଲୋଚନା ହେଉଛି। ସମସ୍ତଙ୍କ ଓଠରେ ନମୋ ଡ୍ରୋନ୍‌ ଦିଦି, ନମୋ ଡ୍ରୋନ୍‌ ଦିଦି ରହିଛି। ଏହି ନମୋ ଡ୍ରୋନ୍‌ ଦିଦି ଦେଶରେ କୃଷିକୁ ଆଧୁନିକୀକରଣ କରିବା ପାଇଁ ଏକ ଉତ୍ତମ ମାଧ୍ୟମ ପାଲଟିଛି। ଆମ ପୃଥିବୀ ମା’କୁ ବଞ୍ଚାଇବା ପାଇଁ ମାତୃଶକ୍ତିର ବଡ଼ ଭୂମିକା ରହିଛି ବୋଲି ପ୍ରଧାନନ୍ତ୍ରୀ କହିଛନ୍ତି।

ମନ୍ କି ବାତ କାର୍ଯ୍ୟକ୍ରମରେ ପୁଣି ଓଡ଼ିଆଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ୧୧୦ତମ ମନ କି ବାତ କାର୍ଯ୍ୟକ୍ରମରେ କଳାହାଣ୍ଡିର ଦମ୍ପତିଙ୍କ ପ୍ରଶଂସା କରିଛନ୍ତି ମୋଦୀ । ଉଚ୍ଚ ଶିକ୍ଷିତ ହୋଇ ବି କିଭଳି ଏହି ଦମ୍ପତ୍ତି ଛେଳି ଚାଷ କରି ସଳଫ ହୋଇପାରିଛନ୍ତି ତାର ଉଦାହରଣ ଦେଶବାସୀଙ୍କୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କଳହାଣ୍ଡିର ଜୟନ୍ତୀ ମହାପାତ୍ର ଓ ବୀରେନ ସାହୁ ନିଜେ ସ୍ୱାବଲମ୍ବୀ ହେବା ସହ ଗ୍ରାମର ଅନ୍ୟ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେବାରେ ସକ୍ଷମ ହୋଇଥିବା ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା