Masthead

ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ । ଏମ୍ସ ଡାକ୍ତରୀ ପ୍ୟାନେଲ ଦଳର ସୂଚନା ମୁତାବକ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ରହସ୍ୟକୁ ନେଇ ଦୀର୍ଘଦିନ ହେବ ଲାଗି ରହିଥିବା ସସପେନ ଉପରୁ ଆଜି ଏକ ପ୍ରକାର ପରଦା ହଟିଛି । ତିନୋଟି ଟିମ ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ତଦନ୍ତ ଜାରି ରଖିଥିଲା । ଆଜି ବି ସୁଶାନ୍ତଙ୍କ ଫ୍ୟାନ, ପରିବାର ଲୋକ ଏବଂ ତାଙ୍କ ଓକିଲ ଆତ୍ମହତ୍ୟାକୁ ସହଜରେ ହଜମ କରି ପାରି ନାହାନ୍ତି । ସେମାନେ ଯୁକ୍ତି ବାଢ଼ୁଛନ୍ତି କି ସୁଶାନ୍ତଙ୍କ ଗଳା ଚିପି କିମ୍ବା ବିଷ ଦେଇ ହତ୍ୟା କରାଯାଇଛି । ଡାକ୍ତରୀ ପ୍ୟାନେଲର ରିପୋର୍ଟ ଆସିବା ପରେ ସିବିଆଇ ଆତ୍ମହତ୍ୟା ଦିଗରେ ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ମିଳୁଛି । ସେପଟେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ସୋସିଆଲ ମିଡିଆରେ ହଟଚମଟ ଏଯାବତ ଥମିବାର ନାଁ ଧରୁନି । ତାଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ ମାମଲାର ଗୁମର ଖୋଲିଛି । ରିପୋର୍ଟ ଆସିବା ପରେ ଏବେ ସାଧାରଣ ଲୋକଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ । କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ? ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଲା କିଏ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର