Masthead

ମାହାଙ୍ଗାରୁ ନାମାଙ୍କନ ଭରିଲେ ଦେବେନ୍ଦ୍ର, ସୁମନ୍ତ, ସାରଦା

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗା ବିଧାନସଭା ଆସନରୁ ୩ ଜଣ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ଦେବେନ୍ଦ୍ର ସାହୁ ନିଜ ସମର୍ଥକମାନଙ୍କୁ ନେଇ ପ୍ରାର୍ଥିପତ୍ର ଦାଖଲ ପାଇଁ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଥିବାବେଳେ ବିଜେପିରୁ ନବାଗତ ସୁମନ୍ତ ଘଡେଇ ମାହାଙ୍ଗାର ଗୋକନ ପଞ୍ଚାୟତରୁ ଏକ ବାଇକ ଶୋଭାଯାତ୍ରାରେ ଯାଇଁ ନାମାଙ୍କନ ଦାଖଲ କରିଥିଲେ । ତେବେ ବିଜେପିରୁ ଟିକେଟ ନମିଳିବାରୁ ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ଏଥର ସ୍ୱାଧୀନ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବା ଦେଖିବାକୁ ମିଳିଛି । ସାରଦା ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ହଜାର ହଜାର ସମର୍ଥକଙ୍କୁ ଧରି ଦୀର୍ଘ ରାସ୍ତା ଚାଲିଚାଲି ନାମାଙ୍କନ ଦାଖଲ କରିଥିଲେ ।

କୋଡିଏ ହଜାରରୁ ଅଧିକ ସାରଦାଙ୍କ ସମର୍ଥକମାନଙ୍କ ମୁଣ୍ଡରେ ହଳଦିଆ ଗାମୁଛାର ପଗଡି ଓ ବେକରେ ହଳଦୀ ରଙ୍ଗର ଉତ୍ତରୀ ପକାଇ, ପାରମ୍ପରିକ ଲୋକନୃତ୍ୟ, ଲୋକ ବାଦ୍ୟର ତାଳେତାଳେ ସାରଦାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେବା ଦେଖିବାକୁ ମିଳିଥିଲା । ଆସନ୍ତା ୧୩ ତାରିଖରେ ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମାହାଙ୍ଗାରେ ଶାସକ ବିଜୁ ଜନତା ଦଳ ବିରୁଦ୍ଧରେ ହାୱା ବହୁଥିବାରୁ, ବିଜେଡି ପ୍ରାର୍ଥୀ ଅଙ୍କିତଙ୍କୁ ରୋକିବାରେ ସାରଦା, ଦେବେନ୍ଦ୍ର ଏବଂ ସୁମନ୍ତ କେତେ ଦୂର ସଫଳ ହେଉଛନ୍ତି, ସେକଥା ସମୟ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ