ଜାତୀୟ ରାଜପଥ ରାଜନୀତି, ନୀତିନ ଗଡକରୀଙ୍କୁ ଭେଟି ଧର୍ମେନ୍ଦ୍ର କଲେ ଆଲୋଚନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):କଟକ- ସମ୍ବଲପୁର ଜାତୀୟ ରାଜପଥକୁ ନେଇ ବିଜେଡି- ବିଜେପି ଭିତରେ ସରଗମ ହେଉଛି ରାଜନୀତି ।ବିଜେଡି କଟକ-ସମ୍ବଲପୁର ରାଜପଥର ଦୟନୀୟ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଭେଟି ଧର୍ମେନ୍ଦ୍ର ରଖିଥିଲେ ଏହି ବୈଠକ । ସମ୍ବାଦିକ ସମ୍ମିଳନୀରେ ବିଜେଡି କହିଥିଲା ଯେ ରାଜପଥ ଅତି ଦୟନୀୟ ଓ ଖରାପ ଅବସ୍ଥାରେ ଅଛି । ସାମାନ୍ୟ ଅବହେଳା ଯୋଗୁଁ ଘଟୁଛି ଅନେକ ଦୁର୍ଘଟଣା । ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଭେଟି ଜାତୀୟ ରାଜପଥ ୫-୫ ଅର୍ନ୍ତଗତ ଦୁଇଟି ପ୍ୟାକେଜରେ ନିର୍ମାଣଧିନ କଟକ- ଅନୁଗୁଳ ରାଜପଥର ଅଗ୍ରଗତି ଅନୁଗୁଳ-ସମ୍ବଲପୁର ସେକ୍ସନ ସଂମ୍ପର୍କରେ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଏନଏଚଏଆଇ ଦ୍ୱାରା ଅନେକ ଉନ୍ନୟନମୂଳକ କାର୍ଯ୍ୟ ସଂମ୍ପୁର୍ଣ୍ଣ ହୋଇଥିବା ବେଳେ ଆଉ କିଚି ସମାପ୍ତ ହେବାର ଅଛି ।

ଏହି ସବୁ କାର୍ଯ୍ୟ ଖୁବ ଶୀଘ୍ରଶେଷ କରାଯିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ଗଡକାରୀ ପ୍ରତିଶ୍ରୁତି ଦେଉଛନ୍ତି । ଅପରପକ୍ଷରେ ବିଜେଡି କହିଛି ଯେ , ସଂସଦରେ ଜାତୀୟ ରାଜପଥ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଦଳୀୟ ସାଂସଦମାନେ ଦାବି କରୁଥିବା ବେଳେ ଓଡ଼ିଶାର ବିଜେପି ସାଂସଦ ଏବଂ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ମାନେ କୌଣସି ସ୍ୱର ଉତ୍ତଳୋନ କରିନାହାନ୍ତି । ୨୦୧୯ରେ ନିର୍ବାଚିତ ହୋଇଥିବା ବିଜେପି ସାଂସଦମାନେ ଓଡ଼ିଶା ଲୋକଙ୍କ ସହ କିପରି ସାମ୍ନା ସାମ୍ନି ହେବେ ତାହା ବୁଝାଇ ହେଉନି । ଲୋକେ ସେମାନଙ୍କଠାରୁ ମୁହଁ ଫେରାଇ ନେଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ